www.samajalive.in
Sunday, December 7, 2025
14.1 C
Bhubaneswar

ଆଗାମୀ ସପ୍ତାହରେ ଓଡ଼ିଶାକୁ ଛୁଇଁପାରେ ବାତ୍ୟା

ନୂଆଦିଲ୍ଲୀ : ଆଗାମୀ ସପ୍ତାହ ସୁଦ୍ଧା ଓଡ଼ିଶାକୁ ବାତ୍ୟା ସ୍ପର୍ଶ କରିପାରେ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ୨୦ ଅକ୍ଟୋବର ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ନିକଟରେ ବାତ୍ୟା ସୃଷ୍ଟି ହୋଇ ଏକ ସପ୍ତାହ ମଧ୍ୟରେ ଓଡ଼ିଶାରେ ପହଞ୍ଚିପାରେ ବୋଲି ଜଣାପଡିଛି ।

ପାଣିପାଗ ବିଭାଗ ବୈଜ୍ଞାନିକ ଉମାଶଙ୍କର ଦାଶ ଏକ୍ସ ଆକାଉଣ୍ଟରେ ସୂଚନା ଦେଇ ଲେଖିଛନ୍ତି କି ’୨୦ ଅକ୍ଟୋବର ପାଖାପାଖି ଉତ୍ତର ଆଣ୍ଡାମାନ ସାଗର ଉପରେ ଏକ ଝଡ ସୃଷ୍ଟି ହେବା ସମ୍ଭାବନା ରହିଛି । ୨୨ ଅକ୍ଟୋବର ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇପାରେ ।’ ଅନ୍ୟପଟେ ଅନ୍ତର୍ଜାତୀୟ ପାଣିପାଗ ବିଭାଗ ଆକଳନ କରିଛି କି ଆଗାମୀ ସପ୍ତାହ ସୁଦ୍ଧା ଚକ୍ରବାତ ଓଡ଼ିଶା ବା ଆନ୍ଧ୍ରପ୍ରଦେଶକୁ ପ୍ରଭାବିତ କରିବ । ଏହି ଆକଳନ ପରେ ବଙ୍ଗୋପସାଗର ଓ ଆରବ ସାଗର ଉପକୂଳବର୍ତ୍ତୀ ଅଞ୍ଚଳରେ ସଚେତନ ରହିବାକୁ ପରାମର୍ଶ ଦିଆଯିବା ସହ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

- Advertisement -

ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁସାରେ ତାମିଲନାଡୁ ଓ ପୁଡୁଚେରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଚେନ୍ନାଇ ଓ ଆଖପାଖ ଅଞ୍ଚଳରେ ଗତ ୨ ଦିନ ଧରି ବର୍ଷା ହେବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି ।  ଗୁରୁବାରରୁ ରବିବାର ପର୍ଯ୍ୟନ୍ତ ତାମିଲନାଡୁ, ପୁଡ୍ଡୁଚେରୀ ଓ କରାଇକଲ ଅଞ୍ଚଳରେ ଘଡଘଡି ସହ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ଥିବା ସୂଚନା ଦେଇଥିଲା ପାଣିପାଗ ବିଭାଗ । ଶୁକ୍ରବାର ବେଲ୍ଲର, ତିରୁପତୁର, କୃଷ୍ଣଗିରି, ଧର୍ମପୁରୀ, ସଲେମ ଓ ଇରୋଡ ଜିଲାରେ ଭିନ୍ନ ଭିନ୍ନ ସ୍ଥାନରେ ଭାରୀ ବର୍ଷା ହେବା ସମ୍ଭାବନା ରହିଛି । ଚେନ୍ନାଇ ଚେଙ୍ଗଲପଟ୍ଟୁ, କାଞ୍ଚିପୁରମ ଓ ତିରୁବଲ୍ଲୁର ଜିଲାର ଅନେକ ଅଞ୍ଚଳରେ ଗୁରୁବାର ଭାରୀ ବର୍ଷା ହୋଇଛି । ଏହା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାସ୍ତାରେ ପାଣି ଭରିଯିବା ଯୋଗୁଁ ଯାତାୟତରେ ବାଧା ସୃଷ୍ଟି ହୋଇଛି ।

 

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories