ବାଲିଯାତ୍ରାରେ ରୁଦ୍ରାକ୍ଷଫାଉଣ୍ଡେସନର ନୃତ୍ୟଶିଳ୍ପୀଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ “ନବଦୁର୍ଗା” ପରିବେଷଣ

ଭୁବନେଶ୍ୱର : ଭୁବନେଶ୍ବରର ଅଗ୍ରଣୀ ନୃତ୍ୟ ପ୍ରତିଷ୍ଠାନ “ରୁଦ୍ରାକ୍ଷ” ଫାଉଣ୍ଡେସନର କଳାକାରମାନେ ପ୍ରସିଦ୍ଧ ‘ବାଲିଯାତ୍ରା କଟକ ଉତ୍ସବ-୨୦୨୪’ ଅବସରରେ ଗତ ୨୨ ତାରିଖ ଶୁକ୍ରବାରରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଓଡ଼ିଶୀ ନୃତ୍ୟ “ନବଦୁର୍ଗା” ପରିବେଷଣ କରିଥିଲେ। ଗୁରୁଶ୍ରୀ ବିଚିତ୍ରାନନ୍ଦ ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠାନର ନୃତ୍ୟଶିଳ୍ପୀ ସନ୍ତୋଷ ରାମ, ମାନସ ରଞ୍ଜନ ସାହୁ, ଲୋପାମୁଦ୍ରା ସାହୁ, ଅଞ୍ଜଳି ଦାଶ, ଅଭିପ୍ସା ବିଶ୍ୱାଳ, ସୁଦୀପା ରାଉତ ଓ ସାଇଶ୍ରେୟା ରାଉତ ଏହି ନୃତ୍ୟ ପରିବେଷଣ କରିଥିଲେ।

ନୃତ୍ୟରେ ମହର୍ଷିବ୍ୟାସଦେବ, ଭଗବତୀ ଦୁର୍ଗାଙ୍କୁ ପ୍ରଶଂସା କରୁଥିବାର କଥା ରହିଛି। ମହର୍ଷି ବ୍ୟାସଦେବ କହୁଛନ୍ତି, “ ହେ ମା’ ତୁମେ ଶୁମ୍ଭ ନିଶୁମ୍ଭଙ୍କୁ ବଧ କରିଥିଲ। ଏହି କାର୍ଯ୍ୟ କରି ତୁମ ଭକ୍ତମାନଙ୍କୁ କୃପା କରିଛ। ସେ ସମୟରେ ଚନ୍ଦ୍ରଏବଂସୂର୍ଯ୍ୟର ଚମକରେ ଭରା ମା’ ଦୁର୍ଗାଙ୍କର ଓଷ୍ଟ ଅଗ୍ନି ପରି ଚମକି ଉଠିଲା ଏବଂ ସେ ରାକ୍ଷସ ମହିଷାକୁବଧ କରିଥିଲେ।

ମହର୍ଷି କହିଥିଲେ “ତୁମ୍ଭେ ତୁମ୍ଭର ଭକ୍ତମାନଙ୍କୁ ମହିଷାର ଅତ୍ୟାଚାରରୁ ରକ୍ଷା କରିଛ, ତୁମ୍ଭେ ହିଁ ମୁକ୍ତିର ଉତ୍ସ”। ଏହିପରି କହି ସେ ମା ଦୁର୍ଗାଙ୍କୁ ନିଜ ପାଇଁ ନିରୋଗ କାମନା ସହିତ ସାଂସାରିକ ବନ୍ଧନରୁ ମୁକ୍ତ କରିବା ଏବଂ ପୂର୍ଣ୍ଣତା ପାଇଁ ସମସ୍ତ ଇଚ୍ଛା ପୂରଣ କରି ସିଦ୍ଧି ପ୍ରାପ୍ତି ନିମନ୍ତେ ପ୍ରାର୍ଥନା କରିଥିଲେ, ଯାହାକି ଏହି ନୃତ୍ୟଶୈଳୀ ମାଧ୍ୟମରେ ସୁନ୍ଦର ଉପସ୍ଥାପନା କରାଯାଇଛି।

ସ୍ୱର୍ଗତଶ୍ରୀହରିହରପଣ୍ଡାଙ୍କରଚନାରେସ୍ୱର୍ଗତପଦ୍ମଶ୍ରୀଗୁରୁଶ୍ରୀପଙ୍କଜଚରଣଦାସଙ୍କ ପାରମ୍ପରିକ ନୃତ୍ୟନିର୍ଦ୍ଦେଶନା ଶୈଳୀରେ ଗୁରୁ ଶ୍ରୀ ସ୍ୱାଇଁଙ୍କ ନୃତ୍ୟ ନିର୍ଦ୍ଦେଶନାରେ ରୁଦ୍ରାକ୍ଷ ଅନୁଷ୍ଠାନର କଳାକାର ତଥା ଛାତ୍ରଛାତ୍ରୀମାନେ ଏହି ଓଡ଼ିଶୀ ନୃତ୍ୟକଳା ପରିବେଷଣ କରିଥିଲେ। କଳାକାରମାନଙ୍କୁ ମଂଚରେ ବାଲିଯାତ୍ରା ସାଂସ୍କୃତିକ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବାଲିଯାତ୍ରା ଭଳି ଏକ ବୃହତ୍ ସାଂସ୍କୃତିକ ମଞ୍ଚରେ ଯୁବ କଳାକାରମାନଙ୍କୁ ଓଡ଼ିଶୀନୃତ୍ୟ ପରିବେଷଣ କରିବାର ସୁଯୋଗ ପ୍ରଦାନ କରିଥିବାରୁ ରୁଦ୍ରାକ୍ଷ ଫାଉଣ୍ଡେସନ ତରଫରୁ କମିଟିକୁ କୃତଜ୍ଞତା ଜ୍ଞାପନ କରାଯାଇଛି।
ପ୍ରକାଶ ଥାଉକି, ଗୁରୁଶ୍ରୀବିଚିତ୍ରାନନ୍ଦସ୍ୱାଇଁଙ୍କଦ୍ୱାରା୨୦୦୦ମସିହାରେସ୍ଥାପିତ‘ରୁଦ୍ରାକ୍ଷ’ଫାଉଣ୍ଡେସନଓଡ଼ିଶା ସମେତ ସମଗ୍ରଭାରତବର୍ଷରେସଂସ୍କୃତିଓକଳାରଏକ ଅନ୍ୟତମ ଶ୍ରେଷ୍ଠକେନ୍ଦ୍ରଭାବରେନିଜକୁପ୍ରତିଷ୍ଠିତକରିଛି।ଏହି ଅନୁଷ୍ଠାନର ବହୁ ଛାତ୍ରଛାତ୍ରୀ ସାରା ଭାରତତଥାଆମେରିକୀୟ, ଏସୀୟଏବଂୟୁରୋପୀୟଦେଶରବିଭିନ୍ନସ୍ଥାନରେସେମାନଙ୍କର ଉଚ୍ଚକୋଟୀର କଳା ନୈପୁଣ୍ୟ ପ୍ରଦର୍ଶନ କରି ବହୁ ପ୍ରଶଂସାସାଉଁଟିଛନ୍ତି।

Comments are closed.