ମାତ୍ର ୨.୩୫ ଲକ୍ଷ ଟଙ୍କାରେ ରୟାଲ ଏନଫିଲ୍ଡ ଆଣିଲା ଦମଦାର ବବର ବାଇକ୍
ନୂଆଦିଲ୍ଲୀ : ବାଇକ୍ ନିର୍ମାତା କମ୍ପାନୀ ରୟାଲ ଏନଫିଲ୍ଡ ମୋଟୋଭର୍ସ ୨୦୨୪ରେ ନିଜ ବହୁ ପ୍ରତୀକ୍ଷିତ ଗୋଅନ କ୍ଲାସିକ୍ ୩୫୦ର ବଜାର ପ୍ରବେଶ କରିଦେଇଛି । ଏହାକୁ ଏକ ବବର ଷ୍ଟାଇଲରେ ବଜାରକୁ ଆଣିଛି କମ୍ପାନୀ । ଗୋଅନ୍ କ୍ଲାସିକ୍ ୩୫୦କୁ ୨.୩୫ ଲକ୍ଷ ଟଙ୍କାର ଏକ୍ସ ଶୋରୁମ୍ ଦାମରେ ଲଞ୍ଚ୍ କରିଦେଇଛି କମ୍ପାନୀ ।
ଏଥିରେ ଆଗରେ ଟେଲିସ୍କୋପିକ୍ ଫୋର୍କ୍ସ ଓ ରିୟରରେ ଟ୍ବିନ୍ ସାଇଡେଡ୍ ଶକ୍ ଅବର୍ଜର୍ଭର ରହିଛି । ଉଭୟ ଆଗରେ ଏବଂ ପଛରେ ଡିସ୍କ ବ୍ରେକ୍ ଦିଆଯାଇଛି । ଏହା ଡୁଆଲ ଚ୍ୟାନେଲ୍ ଏବିଏସ୍ ସହ ଆସୁଛି । ୧୭୦ ଏମଏମର ଗ୍ରାଉଣ୍ଡ କ୍ଲିୟରାନ୍ସ ମିଳୁଛି । ବାଇକରେ ଏଲଇଡି ହେଡଲ୍ୟାମ୍ପ, ଏଲଇଡି ଟେଲ୍ ଲ୍ୟାମ୍ପ, ଏଲଇଡି ଟର୍ଣ୍ଣ ଇଣ୍ଡିକେଟର, ଆଡଜଷ୍ଟେବଲ କ୍ଲଚ ଓ ବ୍ରେକ୍ ଲିଭର ସହିତ ସେମି- ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ମଧ୍ୟ ଦିଆଯାଇଛି । ୩୪୯ ସିସିର ଏୟାର-କୁଲ୍ଡ ସିଙ୍ଗଲ ସିଲିଣ୍ଡର ଫ୍ୟୁଲ ଇଞ୍ଜେକ୍ଟେଡ୍ ଇଞ୍ଜିନ୍ ଦିଆଯାଇଛି । ଗ୍ରାହକ ନିକଟସ୍ଥ ରୟାଲ ଏନଫିଲ୍ଡ ଶୋ-ରୁମରୁ ଏହାକୁ କିଣିପାରିବେ ।
Comments are closed.