www.samajalive.in
Saturday, December 6, 2025
23.1 C
Bhubaneswar

ରେନୋ ଆଣିଲା ଇ-ବାଇକ୍, ଥରେ ଚାର୍ଜ କଲେ ଯିବ ୧୧୦ କିଲୋମିଟର

ନୂଆଦିଲ୍ଲୀ : ରେନୋ ୨୦୨୪ ପ୍ୟାରିସ୍ ମୋଟର ଶୋ’ରେ ରେନୋ ୪ ଇ-ଟେକ୍ ଇଲେକ୍ଟ୍ରିକ୍ କାରକୁ ନେଇଆସିଛି । ଏହା ଏକ ସ୍କ୍ରାମ୍ବଲର-ଷ୍ଟାଇଲ ମୋଟରସାଇକେଲ ଯାହାର ଦାମ୍ ୨୩,୩୪୦ ୟୁରୋରୁ ଆରମ୍ଭ ହେଉଛି । ଏହା ପ୍ରାୟ ୨୧.୨୦ ଲକ୍ଷ ଟଙ୍କା । ଏହାର ଦାମ୍ ଅଧିକ ହେବାର କାରଣ, ଏହା ଏକ ହ୍ୟାଣ୍ଡମେଡ୍ ପ୍ରଡକ୍ଟ ଏବଂ ଏହାର ଉତ୍ପାଦନ ମଧ୍ୟ ସୀମିତ ।

ଏହାର ନାଁ ହେରିଟେଡ୍ ସ୍ପିରିଟ୍ ସ୍କ୍ରାମ୍ବଲର । କମ୍ପାନୀ ଏହାର ପ୍ରି-ଅର୍ଡର ଆରମ୍ଭ କରିଦେଇଛି । ୨୦୨୫ ସୁଦ୍ଧା ଏହାର ଡେଲିଭରୀ ଆରମ୍ଭ ହେବ । ଏହାର ସର୍ବାଧିକ ଗତି ୪୫ କିଲୋମିଟର ପ୍ରତି ଘଣ୍ଟା ରହିବ । ଏଥିରେ ଏଲଇଡି ହେଡଲାଇଟ୍, ଫ୍ୟୁଲ ଟ୍ୟାଙ୍କ ଡିଜାଇନ ସହିତ ଫିକ୍ସ ବ୍ୟାଟେରୀ ମିଳିବ । ୪.୮ କେଡବ୍ଲୁଏଚର ବ୍ୟାଟେରୀ ମିଳିବ ଯାହା ୧୦ ବିଏଚପିର ପିକ୍ ପାଓ୍ବର ଓ ୨୮୦ ଏନଏମର ପିକ୍ ଟର୍କ ଉତ୍ପନ କରିବ । ସମ୍ପୂର୍ଣ୍ଣ ଚାର୍ଜ ହେବା ପରେ ଏହା ୧୧୦ କିଲୋମିଟର ଯାତ୍ରା କରିପାରିବ ।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories