www.samajalive.in
Sunday, December 7, 2025
14.1 C
Bhubaneswar

ନିଜ୍ଜାର କାନାଡ଼ା ନାଗରିକ ନ ଥିଲା: ବର୍ନିଅର

ସମାଜ ଡିଜିଟାଲ ଡେସ୍କ: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାରର ହତ୍ୟାକୁ ନେଇ ଭାରତ ଏବଂ କାନାଡ଼ା ମଧ୍ୟରେ କୁଟନୈତିକ ସ୍ତରରେ ଯୁଦ୍ଧ ଜାରି ରହିଛି। ହେଲେ ଏହା ମଧ୍ୟରେ କାନାନା ବିରୋଧୀ ଦଳ ନେତା ଏକ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। ପିପୁଲ୍ସ ପାର୍ଟି ଅଫ କାନାଡ଼ା ବା ବିରୋଧୀ ଦଳ ନେତା ମାକ୍ସାଇମ ବର୍ନିଅର କହିଛନ୍ତି, ନିଜ୍ଜାର କେବଳ ଜଣେ ଖଲିସ୍ତାନୀ ଆତଙ୍କବାଦୀ ନ ଥିଲା, ସେ ଏକ ବିଦେଶୀ ଆତଙ୍କବାଦୀ ଥିଲା, ଯାହାକୁ ୨୦୦୭ରେ କାନାଡ଼ାର ନାଗରିକତା ମିଳିଛି।

ବର୍ନିଅର କହିଛନ୍ତି, ନିଜ୍ଜାର ପ୍ରକୃତରେ ଜଣେ ବିଦେଶୀ ଆତଙ୍କବାଦୀ। ସେ ଏକାଧିକ ଥର ଜାଲ କାଗଜପତ୍ର ଜରିଆରେ ୧୯୯୭ରୁ କାନାଡ଼ାରେ ଆଶ୍ରୟ ନେବାକୁ ଉଦ୍ୟମ କରିଆସୁଥିଲା। ସେ କରିଆସୁଥିବା ଦାବିକୁ ପ୍ରତ୍ୟାଖ୍ୟାନ କରିଦିଆଯାଇଥିଲା। ତା’କୁ କାନାଡ଼ାରେ ରହିବାକୁ କେବେ ବି ଅନୁମତି ମିଳି ନ ଥିଲା। କିନ୍ତୁ  ୨୦୦୭ରେ କୌଣସି ପ୍ରକାରେ ସେ ନାଗରିକତା ହାସଲ କରିଥିଲା। ପ୍ରଶାସନିକ ତ୍ରୁଟି ଯୋଗୁ ତା’କୁ ନାଗରିକତା ମିଳିଛି ବୋଲି ବର୍ନିଅର କହିବା ସହିତ ନିଜ୍ଜାର ସମେତ ଅନ୍ୟ ହଜାର ହଜାର ଲୋକଙ୍କୁ ଦେଶରୁ ବିତାଡ଼ିତ କରିବା ଉଚିତ ଥିଲା, ଯେଉଁମାନେ ଜାଲ କାଗଜପତ୍ର ବଳରେ ଏଠାରେ ଆଶ୍ରୟ ନେଇଛନ୍ତି। ନିଜ୍ଜାର କେବେ ଜଣେ କାନାଡ଼ା ନାଗରିକ ନ ଥିଲା ବୋଲି ସେ କହିଛନ୍ତି। ବର୍ତ୍ତମାନ ସମୟରେ ପୂର୍ବ ତ୍ରୁଟିକୁ ସୁଧାରିବା ଲାଗି ତା’ର ନାଗରିକତା ପ୍ରତ୍ୟାହାର କରିନେବା ଉଚିତ।

- Advertisement -

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories