www.samajalive.in
Friday, December 5, 2025
27.1 C
Bhubaneswar

ଏନକ୍ଲୋଜରରୁ ବାହାରି ଘଞ୍ଚ ଜଙ୍ଗଲକୁ ଗଲା ବାଘୁଣୀ ଜୀନ୍ନତ

ବାରିପଦା : ଏନକ୍ଲୋଜରରୁ ବାହାରି ଘଞ୍ଚ ଜଙ୍ଗଲକୁ ଗଲା ଜୀନ୍ନତ। ଶିମିଳିପାଳର ଉତ୍ତର ଡିଭିଜନ୍ କୋର ଏରିଆରେ ବାଘୁଣୀ ଜୀନ୍ନତକୁ ଛଡାଯାଇଛି। ରବିବାର ରାତି ୯ଟା ୩୦ରେ ବାଘୁଣୀକୁ ଛଡାଯାଇଥିବା ଶିମିଳିପାଳ ଆରସିସିଏଫ୍ ସୂଚନା ଦେଇଛନ୍ତି। ବର୍ତ୍ତମାନ ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଜୀନ୍ନତ ୨୪ ଘଣ୍ଟିଆ ମନିଟରିଂରେ ରହିବ। ଜୀନ୍ନତ ଏନକ୍ଲୋଜରର ୫ ମିଟର ଦୂରରେ ଥିବା ଜଙ୍ଗଲରେ ବୁଲାବୁଲି କରୁଛି। ତେବେ  ମହାରାଷ୍ଟ୍ରର ତଡବା ଅନ୍ଧେରୀ ଅଭୟାରଣ୍ୟରୁ ବାଘୁଣୀ ଜୀନ୍ନତକୁ ଅଣାଯାଇଥିଲା। ତାର ବୟସ ୩ ବର୍ଷ ହେବ ବୋଲି ସୂଚନା ଦେଇଛନ୍ତି ବ୍ୟାଘ୍ର ପ୍ରକଳ୍ପ ନିର୍ଦେଶକ। ଚଳିତ ମାସ ୭ ତାରିଖରେ ମହାରାଷ୍ଟ୍ରରୁ ଯମୁନା ଆସିଥିବା ବେଳେ ୧୪ ତାରିଖରେ ଜନ୍ନତକୁ ଅଣାଯାଇଥିଲା । ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ କହିିଛନ୍ତି, ଜୀନତ୍ ଓ ଯମୁନା ବର୍ତ୍ତମାନ ଖୋଲା ଆକାଶ ତଳେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ବିତରଣ କରିପାରିବେ।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories