www.samajalive.in
Friday, November 14, 2025
25.1 C
Bhubaneswar

ରାଜଧାନୀର ଓମ୍‌ଫେଡ୍‌ ଛକରେ ଦୁର୍ଘଟଣା, ୨ଟି ଅଟୋକୁ ଧକ୍କା ଦେଲା ଓମ୍‌ଫେଡ୍‌ ଗାଡି

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଡମଣା ଛକରୁ ନାଲକୋ ଛକ ମଧ୍ୟରେ ଗତ କିଛି ମଧ୍ୟରେ ଏକାଧିକ ଦୁର୍ଘଟଣା ଘଟଣା ସାମ୍ନାକୁ ଆସିଛି । ସୋମବାର ଦିନ ୧୨ଟା ମଧ୍ୟରେ ଓମଫେଡ୍‌ ଛକରେ ୨ଟି ଅଟୋକୁ ଧକ୍କା ଦେଇଛି ଏକ ଓମଫେଡ୍‌ ଗାଡି । ୨ଟି ଅଟୋ ଉପରେ ଚଢିଯିବାରୁ ଏଥିରେ ୩ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ମଧ୍ୟରେ ଜଣେ ଅଟୋ ଚାଳକ ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହେବା ସହ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଛି । ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସ୍ଥିତିକୁ ନିୟନ୍ତ୍ରଣକୁ ଆଣୁଛି । ଦୁର୍ଘଟଣା ପରେ ଦୀର୍ଘ ସମୟ ଧରି ଏହି ରାସ୍ତାରେ ଟ୍ରାଫିକ୍‌ ଜାମ୍‌ ରହିବା ସହ ଏବେ ପରିସ୍ଥିତି ଧିରେ ଧିରେ ସ୍ୱଭାବିକ ହୋଇଛି । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ନିଶା ସେବନ ସହ ରାତ୍ରି ଅନିଦ୍ରା ରହି ଗାଡି ଚଲାଉଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି । ଏହାସହ ଉକ୍ତ ଓମ୍‌ଫେଡ୍‌ ଗାଡିର ଚାଳକଙ୍କୁ ଅଟକ ରଖାଯାଇ ଚନ୍ଦ୍ରଶେଖର ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ଦୁର୍ଘଟଣାଗ୍ରସ୍ତ ଓମ୍‌ଫେଡ୍‌ ଗାଡି ସହ ୨ଟି ଅଟୋକୁ ପୁଲିସ ଜବତ କରିଛି ।

୨୭ ନଭେମ୍ବରରେ ସୂର୍ଯ୍ୟ-ମଙ୍ଗଳଙ୍କ ଅତ୍ୟନ୍ତ ଶୁଭ ଯୋଗ; ଏହି ୫ ରାଶି ହେବେ ଭାଗ୍ୟଶାଳୀ, ମାଲାମାଲ୍‌..

ଦେଖନ୍ତୁ ଭିଡିଓ; ଚଳନ୍ତା ଟ୍ରେନ୍‌ରେ ଯାତ୍ରୀଙ୍କର ହେଲା ହୃଦଘାତ, ଦେବଦୂତ ସାଜିଲେ ଟିଟିଇ, ଏମିତି ବଞ୍ଚାଇଲେ ଜୀବନ..

- Advertisement -

Hot this week

୬ ରାଜ୍ୟର ୮ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ ଗଣତି

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ଫଳାଫଳ ସହିତ ଆଜି...

ରାଘୋପୁରରେ ତେଜସ୍ୱୀ ଯାଦବ ପଛରେ, ଏନଡିଏ ୧୯୨ ଆସନରେ ଆଗୁଆ

ଡେସ୍କ: ଶୁକ୍ରବାର ସକାଳ ୮ଟାରେ ଗୁରୁତ୍ୱପୂର୍ଣ୍ଣ ବିହାର ବିଧାନସଭା ନିର୍ବାଚନ ପାଇଁ...

ବିହାର ଜନାଦେଶ: ୧୯୦ ସିଟରେ ଆଗୁଆ ଏନଡିଏ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

୭ମ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୩୬, ୦୮୮ ଭୋଟ୍

ନୂଆପଡ଼ା: ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।...

Related Articles

Popular Categories