ପୁରୀରେ କାର୍ତ୍ତିକ ହବିଷ ବ୍ରତ ଆରମ୍ଭ

ପୁରୀ : ପୁରୀରେ କାର୍ତ୍ତିକ ହବିଷ ବ୍ରତ ଆରମ୍ଭ ହୋଇଛି। ବ୍ରାହ୍ମଣଙ୍କ ଦ୍ଵାରା ସଂକଳ୍ପ ପରେ ରାଧା ଦାମୋଦର ପୂଜା କରିଛନ୍ତି ଶ୍ରଦ୍ଧାଳୁ। ଶ୍ରଦ୍ଧାଳୁ ଆଜି ଠାରୁ ଦିନକୁ ଗୋଟିଏ ଓଳି ମହାପ୍ରସାଦ ସେବନ କରିବା ସହ ତୀର୍ଥ ପୁଷ୍କରିଣୀରେ ସ୍ନାନ ପରେ ଶ୍ରୀ ଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ।
ହବିଷ୍ୟାଳିଙ୍କ ପାଇଁ ଚାରିଗୋଟି ନିଃଶୁଳ୍କ ହବିଷ ଶିବିରରେ ୨୭ ଶହ ବୃଦ୍ଧା ଏବଂ ବିଧବା ଥିବା ବେଳେ ବିଭିନ୍ନ ମଠ ମନ୍ଦିର, ଧର୍ମଶାଳା, ଲଜିଂ ଏବଂ ଘର ଭଡ଼ା ନେଇ ପ୍ରାୟ ୧୦ ହଜାର ହବିଷ୍ୟାଳି ରହୁଛନ୍ତି। ସନ୍ଧ୍ୟାରେ ଆକାଶ ଦୀପ ଉଠିବ। କାର୍ତ୍ତିକ ପୁରାଣ ଓ ଭାଗବତ ପ୍ରବଚନ ବ୍ୟବସ୍ଥା କରାଯାଇଛି।

୨୧ କ୍ୱିଣ୍ଟାଲ୍‌ ନକଲି ଆଳୁ ଜବତ ; ଖାଇଲେ ହୁଏ କର୍କଟ, ଏମିତି ଜାଣନ୍ତୁ ଆଳୁ ଅସଲି କି ନକଲି..

ଦୀର୍ଘ ୫୦ ବର୍ଷ ପରେ ଗ୍ରହଙ୍କ ଅଦ୍ଭୁତ ସଂଯୋଗ; ଏହି ୩ ରାଶି ହେବେ ଭାଗ୍ୟଶାଳୀ..

 

Comments are closed.