www.samajalive.in
Saturday, December 6, 2025
15.1 C
Bhubaneswar

ସରିନି ବାହୁବଳୀ କାହାଣୀ.. ୩ୟ ଭାଗକୁ ନେଇ ଆସିଲା ବଡ଼ ଖବର

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ସିନେମାର ଗତିଶୀଳତାକୁ ସବୁଦିନ ପାଇଁ ବଦଳାଇ ଦେଇଥିବା ଦୁଇ ଭାଗ ବିଶିଷ୍ଟ ‘ବାହୁବଳୀ’ ଫ୍ରାଞ୍ଚାଇଜିକୁ ନେଇ ଆସିଛି ବଡ଼ ଅପଡେଟ୍‌। ପ୍ରଭାସ ଅଭିନୀତ ଏବଂ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ଏସଏସ ରାଜାମୌଲୀଙ୍କ ‘ବାହୁବଳୀ’ ଓ ‘ବାହୁବଳୀ-୨’ ବକ୍ସ ଅଫିସରେ ଅଭୂତପୂର୍ବ ସଫଳତା ହାସଲ କରିଥିଲା। ଆଉ ଏବେ ତୃତୀୟ ଭାଗକୁ ନେଇ ଆସିଛି ବଡ଼ ଖବର। ନିକଟରେ ସୂର୍‌ୟାଙ୍କ ଆଗାମୀ ଚଳଚ୍ଚିତ୍ର ‘କଙ୍ଗୁବା’ର ନିର୍ମାତା କେ.ଇ. ଜ୍ଞାନବେଲ ରାଜା ଏକ ସାକ୍ଷାତକାରରେ ‘ବାହୁବଳୀ-୩’ ବିଷୟରେ ସୂଚନା ଦେଇ ବଡ଼ ଖୁଲାସା କରିଛନ୍ତି।

ମିଡିଆ ରିପୋର୍ଟ ଅନୁସାରେ, ‘ବାହୁବଳୀ-୩’କୁ ନେଇ ଯୋଜନା ଚାଲିଥିବା କହିଛନ୍ତି କେ.ଇ. ଜ୍ଞାନବେଲ ରାଜା। ସେ କହିଛନ୍ତି, ଗତ ସପ୍ତାହରେ ଚଳଚ୍ଚିତ୍ର ନିର୍ମାତାମାନଙ୍କ ସହ ଆଲୋଚନା ସମୟରେ ମୁଁ ଏ ବିଷୟରେ ଜାଣିବାକୁ ପାଇଲି। ସେ ଗୋଟିଏ ପରେ ଗୋଟିଏ କରି ‘ବାହୁବଳୀ’, ‘ବାହୁବଳୀ-୨’ ନିର୍ମାଣ କରିଛନ୍ତି, କିନ୍ତୁ ଏବେ ଲମ୍ବା ବ୍ୟବଧାନ ପରେ ‘ବାହୁବଳୀ-୩’ ପାଇଁ ଯୋଜନା କରୁଛନ୍ତି।

- Advertisement -

୨୦୧୭ରେ ବିଶିଷ୍ଟ ଚଳଚ୍ଚିତ୍ର କାହାଣୀ ଲେଖକ କେ.ଭି ବିଜୟେନ୍ଦ୍ର ପ୍ରସାଦ ଏହି ଫିଲ୍ମ ବିଷୟରେ କଥା ହୋଇଥିଲେ ଏବଂ ‘ବାହୁବଳୀ-୩’ର ସମ୍ଭାବନାକୁ ଏଡ଼ାଇ ଦେଇଥିଲେ। ଏହା ବ୍ୟତୀତ ଏକ ରିପୋର୍ଟ ଅନୁଯାୟୀ, ପ୍ରଭାସ ମଧ୍ୟ ଭାଗ-୩ର ସମ୍ଭାବନାକୁ ଏଡ଼ାଇ ଦେଇ କହିଥିଲେ ଯେ, ଆମେ ବାହୁବଳୀର କାହାଣୀ ସମାପ୍ତ କରିସାରିଛୁ। ହେଲେ ଜ୍ଞାନବେଲ ରାଜା ‘ବାହୁବଳୀ’ ପ୍ରଶଂସକଙ୍କ ହୃଦୟରେ ଆଶା ବଢାଇ ଦେଇଛନ୍ତି ଏବଂ ପୁଣିଥରେ ପ୍ରଭାସଙ୍କୁ ତାଙ୍କ ଚମତ୍କାର ଅଭିନୟ ସହିତ ପରଦାରେ ଧମାଲ୍‌ କରିବାର ଦେଖିବାକୁ ଉତ୍ସାହିତ ହୋଇଛନ୍ତି ପ୍ରଶଂସକ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories