www.samajalive.in
Saturday, December 6, 2025
19.1 C
Bhubaneswar

ଶରତ ପୂର୍ଣ୍ଣିମାରେ ଗ୍ରହଙ୍କ ଅଦ୍ଭୁତ ସଂଯୋଗ; ଏହି ୫ ରାଶି ହେବେ ଭାଗ୍ୟଶାଳୀ, ଧନ ଠାରୁ ବିବାହ ସବୁଥିରେ ମିଳିବ ସଫଳତା..

ଶରତ ପୂର୍ଣ୍ଣିମାରେ ଚଳିତ ବର୍ଷ ଗ୍ରହଙ୍କ ଅଦ୍ଭୁତ ସଂଯୋଗ ହେଉଛି । ଚଳିତ ବର୍ଷ ଶରତ ପୂର୍ଣ୍ଣିମା ଦିନ ଅର୍ଥାତ୍‌ ୧୬ ଅକ୍ଟୋବରରେ ରବି ଯୋଗ, ସର୍ବାର୍ଥ ସିଦ୍ଧି ଯୋଗ, ଶଶ ରାଜଯୋଗ ସହ ଶୁଭ ଗ୍ରହ ଗୁରୁ ଓ ସୂର୍ଯ୍ୟଙ୍କ ନବମ ପଞ୍ଚମ ଯୋଗ ଓ ଚନ୍ଦ୍ରମା ଓ ମଙ୍ଗଳଙ୍କର କେନ୍ଦ୍ର ଯୋଗ ସହ ଧ୍ରୁବ ଯୋଗ ସୃଷ୍ଟି ହେଉଛି । ଏହି ଯୋଗରେ ଯେକୌଣସି କାମ କଲେ ଖୁବ୍‌ ସଫଳତା ପ୍ରାପ୍ତି ହେବା ସହ ଅତ୍ୟନ୍ତ ଶୁଭଫଳ ମିଳିଥାଏ । ଗ୍ରହଙ୍କ ଏହି ସ୍ଥିତି କାରଣରୁ ୫ ରାଶି ବ୍ୟକ୍ତି ବିଶେଷ ଖୁବ୍‌ ଭାଗ୍ୟଶ।ଳୀ ହେବେ..

ମିଥୁନ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ସରକାରୀ କ୍ଷେତ୍ରରେ ଲାଭ ମିଳିବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ସଫଳତା ମିଳିବ । ସୁଖ ସମୃଦ୍ଧି ବୃଦ୍ଧି ସହ ବସ୍ତ୍ର ଓ ଆଭୂଷଣ କିଣିବାର ଯୋଗ ରହିଛି । ବୈବାହିକ ଜୀବନ ସୁଖମୟ ହେବ । ପରିବାର ଲୋକଙ୍କ ସହଯୋଗ ମିଳିବ । ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେବ ।

- Advertisement -

କର୍କଟ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହେବ । ଧାର୍ମିକ କାର୍ଯ୍ୟ ସହ ଦାନ ମଧ୍ୟ କରିବେ । ଆର୍ଥିକ ସ୍ଥିତି ମଜଭୁତ ହେବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ବ୍ୟବସାୟୀ ଲାଭବାନ୍‌ ହେବେ । ତୀର୍ଥଯାତ୍ରାର ଯୋଗ ରହିଛି ।

କନ୍ୟା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଖୁବ୍‌ ଲାଭ ମିଳିବ । ବ୍ୟବସାୟୀ ଲାଭବାନ୍‌ ହେବେ । ଗୃହ, ଭୂମି ଓ ବାହନ ସୁଖ ମିଳିବ । ବୈବାହିକ ଜୀବନ ସୁଖମୟ ହେବା ସହ ପ୍ରେମ ସମ୍ପର୍କରେ ସଫଳତା ମିଳିବ । ଶୁଭ ଯାତ୍ରାର ଯୋଗ ରହିଛି ।

ଏକ ମାସ ନିୟମିତ ଖାଲି ପେଟରେ କିଶ୍‌ମିଶ୍‌ ପାଣି ପିଇଲେ ମିଳିବ ଏହି ଚମତ୍କାରୀ ଲାଭ..

ବିଛା – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଆର୍ଥିକ ସ୍ଥିତି ମଜଭୁତ ହେବ । ଧାର୍ମିକ କାର୍ଯ୍ୟରେ ଯୋଗ ଦେବା ସହ ପରିବାରରେ ହସଖୁସିର ବାତାବରଣ ରହିବ । ଚିନ୍ତା ଦୂର ହେବ । ଭବିଷ୍ୟତ ପାଇଁ ଯୋଜନା କରିବେ ।

କୁମ୍ଭ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ମା’ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତି ହେବ । ଧନ ଲାଭର ଯୋଗ ରହିଛି । ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ବିଦେଶ ଯାତ୍ରାର ଯୋଗ ରହିଛି ।

 

 

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories