www.samajalive.in
Saturday, December 6, 2025
15.1 C
Bhubaneswar

ଏମିତି ବିବାହ କେବେ ଦେଖିନଥିବେ; ଯୌତୁକ ରାଶି ୧୦ଲକ୍ଷ ଶୁଣି କାନ୍ଦି ପକାଇଲେ ବର, ତା’ପରେ ଯାହା ହେଲା ….

ସମାଜ ଡିଜିଟାଲ ଡେସ୍କ: ସେ ଯେଉଁ ଧର୍ମ ଓ ସମାଜ ହେଉନା କାହିଁକି ବିବାହ ପ୍ରତ୍ୟେକ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ଯେ କୌଣସି ବ୍ୟକ୍ତିଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଖୁସିର ମୁହୂର୍ତ୍ତ। କାରଣ ବିବାହ ପରେ ଆପଣଙ୍କ ଜୀବନରେ ଏକ ସାଥୀଟିଏ ମିଳିଯାଏ। ଭଲ ସାଥୀ ମିଳିଲେ ଜୀବନ ବଦଳିଯାଏ। ଆଉ ଯଦି ସାଥୀ ସହିତ ମନମାଳିନ୍ୟ ଲାଗି ରହେ ଜୀବନ ଜିଇଁବା କଷ୍ଟସାଧ୍ୟ ହୋଇଥାଏ। ତେବେ ସୋସିଆଲ ମିଡିଆରେ ଏବେ ଏଭଳି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକି ସଭିଁଙ୍କୁ ଆଶ୍ଚର୍ଯ୍ୟ କରିଛି। ନିଜ ବିବାହ ବେଳେ କାଜିଙ୍କ ମନ୍ତ୍ର ପାଠ ପରେ ଯୌତୁକ କଥା ଶୁଣି କାନ୍ଦି ପକାଇଥିଲେ ଜଣେ ମୁସଲମାନ ବର।
କାଶ୍ମୀରରେ ରହୁଥିବା ଜଣେ ମୁସଲମାନ ପୁଅ ଜୁନନୀ ରାଥେରଙ୍କ ବିବାହ କାର୍ଯ୍ୟକ୍ରମ ଚାଲିଥିଲା। ବିବାହର ଗୋଟିଏ ଦିନ ପରେ ଇନଷ୍ଟାଗ୍ରାମରେ ଏହି ଭିଡ଼ିଓ ଅପଲୋଡ କରିଛନ୍ତି ଜୁନନୀଙ୍କ ଜଣେ ସାଙ୍ଗ। ବିବାହ ପାଇଁ କନ୍ୟା ସହିତ ୧୦ଲକ୍ଷ ଟଙ୍କା ଯୌତୁକ କଥା କହିଥିଲେ କାଜି। ଭିଡ଼ିଓରୁ ଜଣାପଡ଼ିଛି ଯେ କାଜି ହାତରେ ନିକାହନାମା ଧରିଥିବା ବେଳେ ଜୁନନୀ ମାଇକରେ କହିଥିଲେ ୧୦ଲକ୍ଷ ଟଙ୍କା ଯେଉଁ ଯୌତୁକ ଦେଉଛନ୍ତି ତାହା କୁବଲ୍‌‌ ଅଛି। କିନ୍ତୁ ଏହା ବ୍ୟତୀତ ମୁଁ ସମସ୍ତଙ୍କୁ ସାକ୍ଷୀ ରଖି କିଛି ଜିନିଷ ମେହେର ଭାବରେ ରଖିବାକୁ ଚାହୁଁଛି। ‘ମେହେର ହିସାବରେ ମୋର ଭଲପାଇବା ତୁମ ପ୍ରତି ସବୁଦିନ ରହିବ। ଏହା କହିବା ବେଳେ ହଠାତ ବର ଜୁନନୀ କାନ୍ଦି ପକାଇଥିଲେ’ ‘ମୁଁ ସାରା ଜୀବନ ତୁମକୁ ହିଁ ଭଲ ପାଇବି’। ଜୁନନୀଙ୍କୁ ଭାବପ୍ରବଣ ହେଉଥିବା ଦେଖି କାଜି ତାଙ୍କ କାନ୍ଧରେ ହାତ ରଖିଥିଲେ। ଏହାପରେ ଜୁନନୀ ଆହୁରି କହିଛନ୍ତି ଯେ ତୁମ ପ୍ରତି ମୋର ଭଲ ପାଇବା ସାରା ଜୀବନ ରହିବ। ଏପର୍ଯ୍ୟନ୍ତ ତୁମେ ମଞ୍ଜୁର ଜହୁର ସାହାବଙ୍କ ଅମାନତ ଥିଲା, ଇନଶାଲ୍ଲାହା ଏବେ ତୁମେ ମୋର ଶେଷ ନିଶ୍ୱାସ ଚାଲିଥିବା ପର୍ଯ୍ୟନ୍ତ ଅମାନତ ହୋଇ ରହିବ। ଏହାପରେ ଜୁନନୀ କହିଛନ୍ତି ତିନି ଥର କନ୍ୟାଙ୍କୁ ପଚାରିଛନ୍ତି କଣ ତୁମେ ମୋ ସହ ବିବାହ କରିବାକୁ ରାଜି। ଉତ୍ତରରେ କନ୍ୟା ଜଣଙ୍କ କୁବଲ ହେ ବୋଲି କହିଛନ୍ତି।
ତେବେ ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓକୁ ଅନେକ ଲୋକ ପସନ୍ଦ କରିବା ସହ ବରଙ୍କ ଏଭଳି କଥାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ଆଉ କେତେକ ୟୁଜର୍ସ ଏହାକୁ ପାକିସ୍ତାନୀ ଡ୍ରାମା ବୋଲି କହିଛନ୍ତି। ଏହି ଭିଡ଼ିଓକୁ ଇନଷ୍ଟାଗ୍ରାମରେ ୨୦ମିଲିୟନରୁ ଅଧିକ ଲୋକ ଦେଖିଛନ୍ତି। ଜୀବନବ୍ୟାପୀ ଏଭଳି ସ୍ନେହପୂର୍ଣ୍ଣ ପ୍ରତିଶ୍ରୁତି ଦେଇ କନ୍ୟାକୁ ନିଜର କରିବାର ଏହି କାର୍ଯ୍ୟକୁ ଲୋକମାନେ ଭୁରି ଭୁରି ପ୍ରଶଂସା କରିଛନ୍ତି।

 

View this post on Instagram

 

A post shared by Makeupbynajiba (@shah_najiba)

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories