ଭୁବନେଶ୍ବର : ବିଜେପିର ସଦସ୍ୟତା ଅଭିଯାନ ଚଳିତ ବର୍ଷ ସେପ୍ଟେମ୍ବର ୨ରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବାବେଳେ ଏପର୍ଯ୍ୟନ୍ତ ଚାଲୁରହିଛି। ଆଜିଠୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ସକ୍ରିୟ ସଦସ୍ୟ ଗ୍ରହଣ ପ୍ରକ୍ରିୟା ଚାଲୁ ରହିବ। ଏହି ସମୟରେ ପ୍ରାଥମିକ ସଦସ୍ୟ ସଂଗ୍ରହ ଅଭିଯାନ ମଧ୍ୟ ଜାରି ରହିବ। ବିଜେପିର ପ୍ରାଥମିକ ସଦସ୍ୟ ସଂଗ୍ରହ ପାଇଁ ଉଭୟ ଅନ୍ଲାଇନ ଓ ଅଫ୍ଲାଇନ୍ରେ ବ୍ୟବସ୍ଥା କରାଯାଇଛି ବୋଲି ଦଳର ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ କହିଛନ୍ତି। ଶ୍ରୀ ମଲ୍ଲିକ କହିଛନ୍ତି ଯେ, ଆସନ୍ତା ୨୧ରେ ଦଳର କେନ୍ଦ୍ରୀୟ କମିଟି ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ନିର୍ଦ୍ଧାରଣ କରିବ।
Popular Categories



