www.samajalive.in
Tuesday, December 9, 2025
23.1 C
Bhubaneswar

ସରିଲା ପ୍ରଚାର, ୧୩ରେ ମତଦାନ: ବୁଥ୍‌ ମୁହାଁ ପୋଲିଂ କର୍ମଚାରୀ

ଭୁବନେଶ୍ବର: ମେ ୧୩ ତାରିଖ ସୋମବାର ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ସକାଳ ୭ଟାରେ ଭୋଟିଂ ଆରମ୍ଭ ହେବ। ଉକ୍ତ ପର୍ଯ୍ୟାୟରେ ବ୍ରହ୍ମପୁର, କଳାହାଣ୍ଡି, ନବରଙ୍ଗପୁର ଏବଂ କୋରାପୁଟ ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ୍‌ଗ୍ରହଣ କରାଯିବ। ସେଥିପାଇଁ ଇଭିଏମ୍, ଭିଭିପାଟ୍ ଓ ଆନୁସଙ୍ଗିକ ସରଞ୍ଜାମ ଧରି ବୁଥ୍ ମୁହାଁ ପୋଲିଂ ପାର୍ଟି। ଏଥିପାଇଁ ସବୁଠି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିପାଇଁ ଶନିବାର ସନ୍ଧ୍ୟା ୫ଟା’ରେ ପ୍ରଚାର ସରିଛି। ଭୋଟ ଗ୍ରହଣ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଏବଂ ସମ୍ପୃକ୍ତ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି।  ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ସର୍ବମୋଟ ୭ ହଜାର ୩୦୩ଟି ମତାଦନ କେନ୍ଦ୍ର(ବୁଥ୍‌) କରାଯାଇଥିବାବେଳେ ଏଥିରୁ ୬୦% ବୁଥ୍‌ରେ ୱେବକାଷ୍ଟିଂ କରାଯିବ। ବୁଥ୍‌ରେ କୌଣସି ସମସ୍ୟା ଦେଖାଦେଲେ ତୁରନ୍ତ ମତଦାନ ଗ୍ରହଣ କରିବା ପାଇଁ ୧୪ଟି ଅତିରିକ୍ତ ଭୋଟଗ୍ରହଣ କେନ୍ଦ୍ର ହୋଇଛି। ୧୨୬୪ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ର ଚିହ୍ନଟ ହୋଇଥିବା ବେଳେ ୬୬୨ ଆଦର୍ଶ ମତଦାନ କେନ୍ଦ୍ର ହୋଇଛି। ୭୧୫ କେନ୍ଦ୍ରରେ କେବଳ ମହିଳା ପୋଲିଂ କର୍ମଚାରୀ ଏବଂ ୩୯ଟି ଭୋଟଗ୍ରହଣ କେନ୍ଦ୍ରରେ କେବଳ ଭିନ୍ନକ୍ଷମ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏହି ପର୍ଯ୍ୟାୟରେ ୪ଟି ଲୋକସଭା ଆସନ ପାଇଁ ୩୭ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ୨୮ଟି ବିଧାନସଭା ଆସନରେ ୨୪୩ ପ୍ରାର୍ଥୀ ନିର୍ବାଚନ ଲଢୁଥିବା ସିଇଓ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories