www.samajalive.in
Sunday, December 7, 2025
23.1 C
Bhubaneswar

ଭୁଲରେ ବି ଏହି ମନ୍ଦିରକୁ ଯାଆନ୍ତୁନି ବିବାହିତ ମହିଳା, ନଚେତ୍….

ନୂଆଦିଲ୍ଲୀ: ଭାରତ ହେଉଛି ଏକ ଆସ୍ଥା, ବିଶ୍ଵାସ ଏବଂ ଧର୍ମପରାୟଣର ଦେଶ। ଦେଶର କୋଣ ଅନୁକୋଣକୁ ଯେଉଁଠାକୁ ଦେଖିଲେ ଆପଣଙ୍କୁ ମନ୍ଦିର ଦୃଶ୍ୟମାନ ହେବ । ପ୍ରତି ମନ୍ଦିରର ରହିଛି କିଛି ଭିନ୍ନ ବୈଶିଷ୍ଠ୍ୟତା।  ଏଭଳି ଏକ ବିହାରର ପଶ୍ଚିମ ଚମ୍ପାରନ୍ ଜିଲ୍ଲାରେ ଅବସ୍ଥିତ କାଲିବାଗ ମନ୍ଦିର। ମନ୍ଦିର ପୂଜାରୀଙ୍କ କହିବା ମୂତାବକ ୧୬୧୭ ମସିହାରେ ବେତିଆର ରାଜା ଗଜ ସିଂଙ୍କ ଦ୍ଵାରା ଏହି ମନ୍ଦିର ନିର୍ମାଣ ହୋଇଥିଲା। ୧୩ ଏକର ଜାଗାରେ ବ୍ୟାପ୍ତ ଥିବା ଏହି ମନ୍ଦିର ୫୬କୋଟି ଦେବତାଙ୍କ ବାସସ୍ଥଳୀ। ଏଠାରେ ମା କାଳୀଙ୍କର ପ୍ରତିମୂର୍ତ୍ତି ରହିଛି। ମାଆ ଏଠାରେ ଦକ୍ଷିଣ ଦିଗକୁ ମୁହଁ କରି ବିରାଜମାନ କରିଛନ୍ତି। ଏହା ହେଉଛି ଦୁନିଆର ଏକମାତ୍ର ମନ୍ଦିର, ଯେଉଁଠାରେ ମାତା କାଳୀଙ୍କ ସହ ୧୧ ଭୈରବି ଉପସ୍ଥିତ ଅଛନ୍ତି। ଆହୁରି ଏକ ପରମ୍ପରା ରହିଛି ଯେ ଏଠାରେ ବିରାଜମାନ ଥିବା ଦେବତାମାନଙ୍କ ନିକଟରେ ଲୁଣ ଭୋଗ କରାଯାଏ। ଏଠାରେ ଭଗବାନ କାର୍ତ୍ତିକଙ୍କର ମଧ୍ୟ ମନ୍ଦିର ରହିଛି।  ମନ୍ଦିରର ମୁଖ୍ୟଦ୍ଵାରରେ ଥିବା ଏକ ଛୋଟ କଠୋରୀ ମଧ୍ୟରେ ଭଗବାନ କାର୍ତ୍ତିକଙ୍କୁ ବନ୍ଦ ରଖାଯାଇଛି। କୁହାଯାଏ ଭଗବାନ ଗଣେଶଙ୍କ ବିବାହ ପରେ ପ୍ରଭୂ କାର୍ତ୍ତିକ ଏହି ନିଷ୍ପତ୍ତି ନେଇଥିଲେ। ସେବେଠାରୁ ଏହି ପ୍ରଥା ରହିଆସିଛି। ଏହି ମନ୍ଦିରର ସବୁଠାରୁ ବଡ ଆଶ୍ଚର୍ଯ୍ୟକର ପରମ୍ପରା ହେଉଛି , ଏଠାକୁ ବିବାହିତ ମହିଳାଙ୍କୁ ଯାଇ ପୂଜା କରିବା ସମ୍ପୂର୍ଣ୍ଣ ବାରଣ କରାଯାଇଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories