www.samajalive.in
Monday, December 15, 2025
24.1 C
Bhubaneswar

୭୫ ତମ ଗଣତନ୍ତ୍ର ଦିବସ ପ୍ୟାରେଡ୍ ମହିଳା ଶକ୍ତି ପାଇଁ ଉତ୍ସର୍ଗୀକୃତ – ପ୍ରଧାନମନ୍ତ୍ରୀ

ଡେସ୍କ: ୭୫ ତମ ଗଣତନ୍ତ୍ର ଦିବସକୁ ସ୍ୱତନ୍ତ୍ର ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଚଳିତ ବର୍ଷର ପ୍ୟାରେଡ୍ ମହିଳା ଶକ୍ତି ପାଇଁ ଉତ୍ସର୍ଗୀକୃତ। ରାଷ୍ଟ୍ରୀୟ ବାଳିକା ଶିଶୁ ଦିବସ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଝିଅମାନଙ୍କର ସମାଜ ତଥା ଦେଶରେ ପରିବର୍ତ୍ତନ ଆଣିବାକୁ ସାମର୍ଥ୍ୟ ରହିଛି। ପ୍ରଧାନମନ୍ତ୍ରୀ ଆଜି ନୂଆଦିଲ୍ଲୀରେ ତାଙ୍କ ବାସଭବନରେ ପ୍ରଜ୍ଞାପନ ମେଢ଼ କଳାକାର, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଏବଂ ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀଙ୍କୁ ଭେଟିଛନ୍ତି। ସେ ୨୫ଟି ଦେଶର ଯୁବ ସମ୍ପର୍କ କାର୍ଯ୍ୟକ୍ରମର କ୍ୟାଡେଟ ଏବଂ ଗଣତନ୍ତ୍ର ଦିବସ ଉତ୍ସବରେ ଯୋଗ ଦେବାକୁ ଥିବା ଆଦିବାସୀ ଅତିଥିମାନଙ୍କୁ ମଧ୍ୟ ଭେଟିଥିଲେ।

ମାର୍ଚ୍ଚ ଯାଏଁ ଅଯୋଧ୍ୟା ରାମ ମନ୍ଦିର ନ ଯିବାକୁ ମନ୍ତ୍ରୀଙ୍କୁ କହିଲେ ମୋଦୀ

- Advertisement -

ଦେଶର ବିକାଶରେ ଯୁବପିଢ଼ିଙ୍କ ଗୁରୁତ୍ୱକୁ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅମୃତକାଲରେ ଯୁବକଙ୍କ ଶକ୍ତି ଦେଶକୁ ଏକ ନୂତନ ଦିଗ ଦେବ। ସେ କହିଛନ୍ତି ଯେ ଦେଶ ୨୦୪୭ ସୁଦ୍ଧା ବିକଶିତ ହେବାକୁ ସ୍ଥିର କରିଛି ଏବଂ ଏଥିପାଇଁ ଏକ ବଡ ଦାୟିତ୍ୱ ଯୁବକମାନଙ୍କ ଉପରେ ରହିଛି। ଶ୍ରୀ ମୋଦୀ କହିଛନ୍ତି ଯେ ପ୍ରତ୍ୟେକ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରି ଯୁବବର୍ଗଙ୍କ ସ୍ୱପ୍ନ ଏବଂ ଆକାଂକ୍ଷା ପୂରଣ କରିବାକୁ ସରକାର ପ୍ରତିବଦ୍ଧ।

ଜ୍ଞାନବାପି ମାମଲା, ଉଭୟ ପକ୍ଷ ସହମତ – ସାର୍ବଜନୀନ ହୋଇପାରେ ସର୍ଭେ ରିପୋର୍ଟ

ଦେଶର ପ୍ରଗତିରେ ଜନନାୟକ କର୍ପୁରୀ ଠାକୁରଙ୍କ ଅବଦାନକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଜନନାୟକ ଠାକୁର ଜୀଙ୍କ ଜୀବନ ସମସ୍ତଙ୍କ ପାଇଁ ପ୍ରେରଣା ଅଟେ। ଗରୀବଙ୍କ ଉନ୍ନତି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା କର୍ପୁରୀ ଠାକୁରଙ୍କ ଜୀବନରୁ ଶିକ୍ଷା ଲାଭ କରିବାକୁ ସେ ଯୁବକମାନଙ୍କୁ ଆହ୍ୱାନ ଦେଇଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories