www.samajalive.in
Thursday, December 11, 2025
18.1 C
Bhubaneswar

ଏମଜି ମୋଟର୍ସ ଇଣ୍ଡିଆରେ ଜେଏସଡବ୍ଲୁର ୩୮ ପ୍ରତିଶତ ଭାଗିଦାରୀ ରହିବ, ସିସିଆଇ ଦେଲା ଅନୁମତି

ନୂଆଦିଲ୍ଲୀ : ଏମଜି ମୋଟର୍ସ ଇଣ୍ଡିଆରେ ପ୍ରାୟ ୩୮ ପ୍ରତିଶତ ସେୟାର କ୍ୟାପିଟାଲର ଅଧିଗ୍ରହଣ ନେଇ ଜେଏସଡବ୍ଲୁ ଭେଞ୍ଚର୍ସ ସିଙ୍ଗାପୁରକୁ ମଞ୍ଜୁରି ଦେଇଛି କମ୍ପିଟିସନ କମିଶନ ଅଫ୍ ଇଣ୍ଡିଆ(ସିସିଆଇ) । ଏହା ସହିତ ଡାବର ଇଣ୍ଡିଆକୁ ଚଳାଉଥିବା ବର୍ମନ ଫ୍ୟାମିଲିକୁ ମଧ୍ୟ ସିସିଆଇ ରେଲିଗେୟର ଏଣ୍ଟରପ୍ରାଇଜେଜରେ ୫.୨୭ ପ୍ରତିଶତ ଅଂଶଧନ କିଣିବାକୁ ମଞ୍ଜୁରି ଦେଇଛି ।

ଜେଏସଡବ୍ଲୁ ଭେଞ୍ଚର୍ସର ଅଧିଗ୍ରହଣ ମାମଲାରେ ସିସିଆଇ କହିଛି କି ଏହି ଚୁକ୍ତିରେ କ୍ରେତା ନୂଆ ଏଣ୍ଟିଟି ଯିଏ ଏପର୍ଯ୍ୟନ୍ତ କୌଣସି ବି ଆକ୍ଟିଭିଟିରେ ସାମିଲ ନାହିଁ । ଏହାର ମାଲିକାନା ହକ୍ ସମ୍ପୂର୍ଣ୍ଣ ରୂପେ ଜେଏସଡବ୍ଲୁ ଇଣ୍ଟରନ୍ୟାସନାଲ୍ ଟ୍ରେଡକର୍ପ ପାଖରେ ରହିଛି । ସେହିଭଳି ଜେଏସଡବ୍ଲୁ ଯେଉଁ କମ୍ପାନୀରେ ସେୟାର କିଣିଛି ତାର ଭାରତରେ ଅଟୋମୋବାଇଲ ଓରିଜିନାଲ୍ ଇକ୍ବିପମେଣ୍ଟ ମାନୁଫ୍ୟାକ୍ଚରିଂ ବ୍ୟବସାୟ ରହିଛି ।

- Advertisement -

ରେଲିଗେୟର ଏଣ୍ଟରପ୍ରାଇଜେଜରେ ଅଂଶଧନ କିଣିବାର ମଞ୍ଜୁରି ପରେ ଏହାର ସେୟାରରେ ୪.୩୮ ପ୍ରତିଶତ ତୀବ୍ରତା ଦେଖିବାକୁ ମିଳିଛି । ଏହା ସକାଳେ ୧୦ଟା ୨୦ ମିନିଟରେ ୨୨୬.୫୫ ଟଙ୍କା ସ୍ତରରେ କାରବାର କରୁଥିଲା । ଅନ୍ୟପଟେ ଡାବର ଗ୍ରୁପକୁ ଚଳାଉଥିବା ବର୍ମନ ଫ୍ୟାମିଲି ରେଲିଗେୟର ଏଣ୍ଟରପ୍ରାଇଜେଜ୍ ଲିମିଟେଡର ଚେୟାରମ୍ୟାନ୍ ରଶ୍ମି ସଲୁଜାଙ୍କୁ ମିଳିଥିବା ୨.୧୪ କୋଟି ସେୟାରକୁ ଅନୁଚିତ ବୋଲି କହିଛନ୍ତି । ସଲୁଜାଙ୍କୁ ଏହି ସେୟାର ଏମ୍ପଲଇଜ୍ ଷ୍ଟକ୍ ଓନରସିପ୍ ପ୍ଲାନ୍ ଜରିଆରେ ମିଳିଥିଲା । ବର୍ମନ ଫ୍ୟାମିଲି ମାର୍କେଟ ରେଗୁଲେଟର ସେବିରୁ ଟେକଓଭର ରେଗୁଲେସନ ଅନୁସାରେ ଯାଞ୍ଚ କରିବାକୁ ଦାବି କରିଛି ।

 

Hot this week

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

Related Articles

Popular Categories