www.samajalive.in
Wednesday, December 10, 2025
18.1 C
Bhubaneswar

ନିଃସନ୍ତାନ ଦମ୍ପତିଙ୍କ ପାଇଁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଓ ରୋଗୀ ପରାମର୍ଶ ଶିବିର

ରେଙ୍ଗାଲିକ୍ୟାମ୍ପ: ଅତାବିରା ଅଗ୍ରସେନ ଭବନଠାରେ ବୁଧବାର ଏପେକ୍ସ ସୁପର ସ୍ପେଶାଲିଟି ହସ୍ପିଟାଲ ଓ ଟେଷ୍ଟଟ୍ୟୁବ୍ ବେବି ସେଣ୍ଟର୍, ରାୟଗଡ଼(ଛତିଶଗଡ଼) ପକ୍ଷରୁ ନିଃସନ୍ତାନ ଦମ୍ପତିମାନଙ୍କ ପାଇଁ ମାଗଣା ଶୁକ୍ରାଣୁ ପରୀକ୍ଷା ଓ ରୋଗୀ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଆସିଥିବା ଦମ୍ପତିମାନଙ୍କର ନାମ ପଞ୍ଜିକୃତ କରାଯାଇ ତାଙ୍କର ସମସ୍ତ ଶାରୀରିକ ଅବସ୍ଥା ବିଷୟରେ ପଚରା ଉଚୁରା କରାଯାଇଥିଲା ।

ପୂର୍ବରୁ ହୋଇଥିବା ଚିକିତ୍ସାର ବିବରଣୀ ମଧ୍ୟ ରୋଗୀଙ୍କଠାରୁ ନିଆଯାଇଥିଲା, ଯାହାଦ୍ଵାରା ପରବର୍ତ୍ତୀ ଚିକିତ୍ସା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯାଇ ପାରିବ । ପରୀକ୍ଷା ପରେ ଇଛୁକ ଦମ୍ପତିମାନଙ୍କୁ ଟେଷ୍ଟଟ୍ୟୁବ୍ ବେବି ପାଇଁ ରାୟଗଡ଼ସ୍ଥିତ ଟେଷ୍ଟ ଟ୍ୟୁବ୍ ବେବି ସେଣ୍ଟରକୁ ଯିବା ପାଇଁ ପରାମର୍ଶ ଦିଆଯାଇଥିଲା । ଏହି ପରୀକ୍ଷା ଶିବିରରେ ଏପେକ୍ସ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲର ଡଃ ରଶ୍ମି ଗୋୟଲ୍ ରୋଗୀ ପରୀକ୍ଷା କରିଥିବା ବେଳେ କର୍ମଚାରୀ ବିନିତା କେରକେଟା, ଦିବ୍ୟା ନିରୋଳା ନାମ ପଞ୍ଜିକରଣ ଓ ରେଖା ମହାନନ୍ଦେ ଏବଂ ଦିଵ୍ୟା ନାଏକ ପରୀକ୍ଷା ଗାରରେ ମହିଳାମାନଙ୍କୁ ପରୀକ୍ଷା କରିଥିଲେ । ରାଜେଶ୍ଵରୀ ଓ ପିଆରଓ ଶୁରେଶ ସୋନି ଦମ୍ପତିମାନଙ୍କର ସ୍ବାସ୍ଥ୍ୟଗତ ସମ୍ପୂର୍ଣ୍ଣ ବିବରଣୀ ସଂଗ୍ରହ କରିଥିଲେ । ଏହି ଶିବିରକୁ ବିଭିନ୍ନ ଅଂଚଳରୁ ୪୭ ଟି ଦମ୍ପତ୍ତି ପରୀକ୍ଷା ପାଇଁ ଆସିଥିଲେ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories