www.samajalive.in
Monday, December 8, 2025
16.1 C
Bhubaneswar

ସାଇରେ ପୂର୍ବ ଭାରତର ବିରଳ ଏଣ୍ଡୋସ୍କୋପିକ୍ ଅସ୍ତ୍ରୋପଚାର

ଭୁବନେଶ୍ବର: ଜଣେ ୭୪ବର୍ଷ ବ୍ୟକ୍ତିଙ୍କର ମଳଦ୍ୱାରରେ ଏକ ଟ୍ୟୁମର ହୋଇଥିଲା। ପାଥୋଲୋଜିଷ୍ଟ ଏହାକୁ ପରୀକ୍ଷା କରି ଭିଲସ୍ ଆଡିନୋମା ବୋଲି କହିଥିଲେ। ଏହା ଦଶ ସେଣ୍ଟି ମିଟର ଥିଲା, ଯାହାକୁ କାଢ଼ିବା ପାଇଁ ଅସ୍ତ୍ରୋପଚାର ଆବଶ୍ୟକତା ଥିଲା। କିନ୍ତୁ ସହିଦନଗରସ୍ଥିତ ସାଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ ଗ୍ୟାଷ୍ଟ୍ରୋ ଏଣ୍ଟ୍ରୋଲୋଜିରେ ଯୋଗଦାନ କରିଥିବା ଡା. ସୋନମୁନ ମହାପାତ୍ର ଏହାକୁ ନୂତନ ଏଣ୍ଡୋସ୍କୋପି ପଦ୍ଧତି ମାଧ୍ୟମରେ ବାହାର କରିବା ସମ୍ଭବ ବୋଲି କହିଥିଲେ। ଡା. ସୋନମୁନ ତାଙ୍କର ଅଦମ୍ୟ ଚେଷ୍ଟା ଓ ପାରଦର୍ଶିତା ଯୋଗୁଁ ସମ୍ପୂର୍ଣ୍ଣ ଭାବରେ ଏହି ଟ୍ୟୁମର ବାହାର କରିଥିଲେ। ଏଥିପାଇଁ ଦୀର୍ଘ ୮ଘଣ୍ଟା ସମୟ ଲାଗିଥିଲା। ନୂତନ କରି ସ୍ପିଡବୋଟ୍ ଛୁରି ବ୍ୟବହାର କରାଯାଇଥିଲା। ଏଥିରେ ପେଟ ଓ ଯକୃତ ରୋଗ ବିଶେଷଜ୍ଞ ଡା. ଆଶୁତୋଷ ମହାପାତ୍ର, ନିଶ୍ଚେତକ ବିଶେଷଜ୍ଞ ଡା. ଶାନ୍ତନୁ ଦାଶ ଏବଂ ଡା. ସୁମିତ ଅଗ୍ରୱାଲ, ଅଲମ୍ପସ୍ କମ୍ପାନୀର ସିଦ୍ଧାର୍ଥ ପାଢ଼ୀ, କ୍ରିଉ ମେଡ଼ିକାଲର ନାରାୟଣନ ଏଲୁମଲାଇ, ଅର୍‌ବି କମ୍ପାନୀର ବିଭୁପ୍ରସାଦ ଦେ ସହଯୋଗ କରିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଡା. ସୋନମୁନ ପୃଥିବୀ ପ୍ରସିଦ୍ଧ ଆମେରିକାର ମାୟୋ କ୍ଲିନିକ୍‌ରୁ ପୂର୍ଣ୍ଣ ପ୍ରଶିକ୍ଷଣ ନେଇ ସାଇ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜିରେ କାର୍ଯ୍ୟରତ ଅଛନ୍ତି। ଡା. ଆଶୁତୋଷ ଜାପାନସ୍ଥିତ ଓସାକା ଇଣ୍ଟରନ୍ୟାସନାଲ କ୍ୟାନ୍‌ସର ସେଣ୍ଟର ଏବଂ ଟୋକିଓସ୍ଥିତ ନ୍ୟାସନାଲ ସେଣ୍ଟରରୁ ପ୍ରଶିକ୍ଷଣ ନେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories