ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ଜଗନ୍ନାଥ ସଂସ୍କୃତିର ମହୋତ୍ସବ ଉଦଘାଟିତ
କାଣ୍ଟାବାଞ୍ଜି: ଓଡିଶା ସରକାର ଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ବିଭାଗ ଦ୍ୱାରା ପରିଚାଳିତ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ଜଗନ୍ନାଥ ସଂସ୍କୃତିର ଉଦଘାଟନ ଉତ୍ସବ ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜିରେ ଅଧକ୍ଷ୍ୟ ରାଜେନ୍ଦ୍ର ପୁରୋହିତଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବୁରୋମାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା କବି ବିଭୁଦତ୍ତ ସାହୁ, ସାମ୍ନାନୀତ ଅତିଥି ଭାବେ ମୁକୁନ୍ଦିଲାଲ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ତର୍କ ଶାସ୍ତ୍ର ଅଧ୍ୟାପକ ବଳରାଜ ସିଂ ଦେଓ ଯୋଗଦାନ କରିଥିଲେ।
ଏହି ସଭାରେ କାର୍ଯ୍ୟକ୍ରମର ନୋଡାଲ ଅଫିସର ଯୁଧିଷ୍ଠିର ବେହେରା ମଧ୍ୟ୍ୟ ମଞ୍ଚରେ ଉପସ୍ଥିତ ଥିଲେ. ସଭା ରେ ସ୍ୱାଗତ ଭାଷଣ ତଥା ମଞ୍ଚ ପରିଚାଳନା ଇଂରାଜୀ ଅଧ୍ୟାପକ ସୋମନାଥ ମେହେର କରିଥିବାବେଳେ ରାଜନୀତି ଅଧ୍ୟାପକ ଜିତେନ୍ଦ୍ର ସୁନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ମଞ୍ଚରେ ଉପସ୍ଥିତ ଥିବା ସମସ୍ତ ଅତିଥି ଓଡ଼ିଆ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରି ଏହା ଛାତ୍ର ଛାତ୍ରୀ ମାନଙ୍କର ମାନସିକ ସ୍ତରରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପ୍ରତି ଆଗ୍ରହ ବୃଦ୍ଧି କରିବ ବୋଲି ମତ ପ୍ରଦାନ କରିବା ସଙ୍ଗେ ସଙ୍ଗେ ନିଜ ସଂସ୍କୃତି ପ୍ରଚାର ପ୍ରସାର ମଧ୍ୟ୍ୟ ବହୁଳ ମାତ୍ରାରେ ରେ ହେବ ବୋଲି ମତ ପ୍ରକାଶ କରିଥିଲେ। ଉଦଘାଟନ ଉତ୍ସବ ପରେ ପ୍ରଥମ ଦିନରେ ଓଡ଼ିଆ କବିତା ପଠନ ଓ ଓଡ଼ିଆ ଗଳ୍ପ କଥନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ମହାବିଦ୍ୟାଳୟର ଛାତ୍ରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ।
Comments are closed.