www.samajalive.in
Sunday, December 7, 2025
23.1 C
Bhubaneswar

ନିର୍ମାଣାଧିନ ଦେବୀ ନଦୀ ସେତୁ କାର୍ଯ୍ୟ ତଦାରଖ କଲେ ପ୍ରମୁଖ ଶାସନ ସଚିିବ ସଂଜୟ ସିଂ

ଭୁବନେଶ୍ୱର : ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ ଆଜି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍‌ର ତାଳଦା ପଞ୍ଚାୟତରେ ନିର୍ମାଣାଧିନ ଦେବୀ ନଦୀ ସେତୁ କାର୍ଯ୍ୟ ତଦାରଖ କରିଛନ୍ତି। ମୁଖ୍ୟଯନ୍ତ୍ରୀ (କୋଠାବାଡ଼ି ଏବଂ ସେତୁ) ରମେଶ ଚନ୍ଦ୍ର ବେହେରା, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସତ୍ୟବ୍ରତ ବେହେରା ଏବଂ ଅଧିକ୍ଷଣ ଯନ୍ତ୍ରୀ ସତ୍ୟଜିତ ଦଳାଇ ମଧ୍ୟ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ସହ ସେତୁ କାର୍ଯ୍ୟର ଅଗ୍ରଗତି ତଦାରଖ କରିଥିଲେ।

ଏହି ସେତୁର ମୋଟ ଲମ୍ବା ୮୩୦ ମିଟର। ତାଳଦା ପଞ୍ଚାୟତ ଏକ ଦ୍ୱୀପାଞ୍ଚଳ ହୋଇଥିବାରୁ ଏହି ସେତୁ ଖଣ୍ଡାସାହିରୁ ତାଳଦାକୁ ସଂଯୋଗ କରୁଅଛି। ଏହା ଦ୍ୱାରା ପୁରୀ ଓ ଜଗତସିଂହପୁର ଜିଲ୍ଲାର ନାଉଗାଁ, ତାଳଦା, ନଈଗୁଆଁ, ଲତାହରଣ, ଅଳଙ୍ଗପୁର, ଅସ୍ତରଙ୍ଗ ପ୍ରଭୂତି ଅଞ୍ଚଳର ପ୍ରାୟ ୨୨ ହଜାରରୁ ଅଧିକ ଲୋକ ଉପକୃତ ହୋଇପାରିବା ସହିତ ସେମାନଙ୍କ ଚାଷ, ବ୍ୟବସାୟ ଓ ଗମନାଗମନର ସୁବିଧା ହୋଇପାରିବ।

- Advertisement -

ଏଥି ସହିତ ଗ୍ରାମ୍ୟ ଉନ୍ନୟନ ବିଭାଗରେ ପ୍ରଥମ କରି ନୂତନ ଜ୍ଞାନକୌଶଳରେ ନିର୍ମାଣ ଚାଲିଥିବା ୬୦ ମିଟର ଦୈର୍ଘ୍ୟ ବୋ ଷ୍ଟ୍ରିଙ୍ଗ ସେତୁ ପରିଦର୍ଶନ କରି ଯଥାଶୀଘ୍ର କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ପରାମର୍ଶ ଦେଇଥିଲେ।

 

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories