www.samajalive.in
Sunday, December 7, 2025
14.1 C
Bhubaneswar

ମ୍ୟାଲେରିଆ ମଶାଙ୍କ ଠାରୁ ବଞ୍ଚାଇଥାଏ କୁକୁଡା

ଏକ ଅଧ୍ୟୟନରୁ ଜଣା ପଡିଛି ଯେ, କୁକୁଡା ଓ ଅନ୍ୟ ପକ୍ଷୀମାନଙ୍କ ଦ୍ବାରା ମ୍ୟାଲେରିଆ ମଶାଙ୍କ ଠାରୁ ରକ୍ଷା ମିଳିଥାଏ। ପଶ୍ଚିମ ୟୁଥୋପିଆରେ କରାଯାଇଥିବା ​‌ଏହି ଅଧ୍ୟୟନରେ ମଶା ଧୂପରେ ଶୋଇଥିବା ଜଣେ ବ୍ୟକ୍ତିଙ୍କ ନିକଟରେ କୁକୁଡାକୁ ପଞ୍ଜୁରୀରେ ରଖାଯାଇଥିଲା। ଆଫ୍ରିକାରେ ମ୍ୟାଲେରିଆରେ ଚାରି ଲକ୍ଷ୍ୟ ଲୋକଙ୍କ ମୃତ୍ୟୁ ହୋଇଥିଲା। ମ୍ୟାଲେରିଆର ଜୀବାଣୁ ରକ୍ତରେ ପ୍ରବାହିତ ହୋଇ ଯକୃତରେ ପହଞ୍ଚି ଥାଆନ୍ତି। ମ୍ୟାଲେରିଆ ମଶା ସଂକ୍ରମିତ ବ୍ୟକ୍ତିଙ୍କ ରକ୍ତ ଶୋଷି ଥାଆନ୍ତି। ଏବଂ ସେହି ମ୍ୟାଲେରିଆ ମଶା ଅନ୍ୟ ବ୍ୟକ୍ତିକୁ କାମୁଡିବା ଦ୍ବାରା ମ୍ୟାଲେରିଆ ରୋଗ ବ୍ୟାପିଥାଏ। ଏକ ଗବେଷଣାରୁ ଜଣାପଡିଛି ଯେ, ମଶା ମାନେ ରୋଗୀଙ୍କ ନିକଟକୁ ଏକ ବାସ୍ନା ଦ୍ବାରା ପହଞ୍ଚି ଥାଆନ୍ତି। କିନ୍ତୁ କୁକୁଡା ନିକଟରେ ଏକ ଏପରି ବାସ୍ନା ରହିଛି ଯାହା ମ୍ୟାଲେରିଆ ମଶାକୁ ବିରୋଧ କରିଥାଏ।

କୁହାଯାଇଛି ଯେ, କୁକୁଡାର ବାସ୍ନାରେ ଥିବା ଏକ ପ୍ରକାର ରସାୟନ ମଶାଙ୍କ ଠାରୁ ଦୂରରେ ରଖୁଥିବା କ୍ରିମରେ ବ୍ୟବହାର କରାଯାଇଥାଏ। ସେହି କ୍ରିମରେ କୁକୁଡାଙ୍କ ରସାୟନ ବ୍ୟବହାର କରିବା ପୂର୍ବରୁ ଗବେଷକମାନେ ନିଜ ଉପରେ ପ୍ରଥମେ ବ୍ୟବହାର କରିଥିଲେ। ଏହି ଅଧ୍ୟୟନରେ କୁକଡାଙ୍କ ପରରୁ ରସାୟନ ବାହାର କରାଯାଇ ଓ ଜୀବିତ କୁକୁଡାଙ୍କ ବ୍ୟବହାର କରାଯାଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories