www.samajalive.in
Tuesday, December 9, 2025
26.1 C
Bhubaneswar

ଟାଟା ଆଣିବ ଇଲେକ୍ଟ୍ରିକ୍ ବାଇକ୍: ଜାଣନ୍ତୁ ଫିଚର୍ସ

ଡେସ୍କ: ଟାଟା ମୋଟର୍ସ ଇଲେକ୍ଟ୍ରିକ୍ ବାଇକ୍ ଉତ୍ପାଦନ କରିବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି। ଏହି ବାଇକର ଟପ୍ ସ୍ପିଡ୍ ଘଣ୍ଟାପ୍ରତି ୮୦ରୁ ୧୦୦ କିଲୋମିଟର ଏବଂ ଥରେ ଚାର୍ଜ କଲେ ୧୫୦ରୁ ୨୦୦ କିଲୋମିଟର ରହିବ। ଟାଟା ପାୱାର ଜରିଆରେ କମ୍ପାନୀ ସାରା ଭାରତରେ ଇଭି ଚାର୍ଜିଂ ଷ୍ଟେସନର ସମ୍ପ୍ରସାରଣ ଉପରେ କାମ ମଧ୍ୟ କରୁଛି।

ଭାରତରେ ଇଲେକ୍ଟ୍ରିକ୍ ଯାନର ଆଗମନ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପ୍ରମୁଖ କଂପାନିଗୁଡ଼ିକ ଇଲେକ୍ଟ୍ରିକ୍ ଯାନ ଉତ୍ପାଦନ କ୍ଷେତ୍ରରେ ଅଗ୍ରଗତି କରିଛନ୍ତି। ଇଲେକ୍ଟ୍ରିକ୍ କାର୍ ସେଗ୍ମେଣ୍ଟରେ ପରିଚୟ ପାଇବା ପରେ ଟାଟା ମୋଟର୍ସ ଇଲେକ୍ଟ୍ରିକ୍ ବାଇକ୍ ନିର୍ମାଣ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।

- Advertisement -

ଟାଟା ମୋଟର୍ସ ଇଲେକ୍ଟ୍ରିକ୍ ବାଇକ୍ ନିର୍ମାଣ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିନଥିବା ବେଳେ ସୋସିଆଲ ମିଡିଆ ଆଲୋଚନାରୁ ଜଣାପଡ଼ୁଛି ଯେ କଂପାନି ମଧ୍ୟ ଏ କ୍ଷେତ୍ରରେ କାର୍ଯ୍ୟ କରୁଛି। ଟାଟାର ପ୍ରାରମ୍ଭିକ ଇଲେକ୍ଟ୍ରିକ୍ ବାଇକର ଫିଚରକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେହି ଅନୁଯାୟୀ, ଏହି ବାଇକର ଟପ୍ ସ୍ପିଡ୍ ଘଣ୍ଟାପ୍ରତି ୮୦-୧୦୦ କିଲୋମିଟର ଏବଂ ଥରେ ଚାର୍ଜ କଲେ ୧୫୦-୨୦୦ କିଲୋମିଟର ରହିବ। ଫାଷ୍ଟ ଚାର୍ଜିଂ କ୍ଷମତା ମଧ୍ୟ ରହିବ।

ଟାଟା ମୋଟର୍ସ ଏହାର ଇଲେକ୍ଟ୍ରିକ୍ ବାଇକକୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ସଜ୍ଜିତ କରିବ, ଯେଉଁଥିରେ ସ୍ମାର୍ଟଫୋନ୍ ସଂଯୋଗ ଏବଂ ବିଭିନ୍ନ ପରିସ୍ଥିତି ପାଇଁ ଡିଜାଇନ୍ କରାଯାଇଥିବା ମଲ୍ଟି-ରାଇଡିଂ ମୋଡ୍ ସାମିଲ ରହିଛି।

Hot this week

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

Related Articles

Popular Categories