www.samajalive.in
Monday, December 15, 2025
24.1 C
Bhubaneswar

ସାଧନା ଉପରେ ଆଧାରିତ ସାହିତ୍ୟ ଏବଂ ସଙ୍ଗୀତ

ସମ୍ବଲପୁର: ସମ୍ବଲପୁର ସିନ୍ଦୁରପଙ୍କ ସ୍ଥିତ ପୀତାବଳୀ ମନ୍ଦିର ପରିସରରେ ଯୋଗ ପରିବାର ପକ୍ଷରୁ ମଙ୍ଗଳବାର ସାରସ୍ବତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗ ପରିବାରର ସଦସ୍ୟ ସମେତ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ଏହି ଅବସରରେ କାଯକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗବେଷକ ଅଧ୍ୟାପକ ମୋହନ ସାହୁ କହିଥିଲେ ଯେ, ସାହିତ୍ୟ ଏବଂ ସଙ୍ଗୀତ ମଧ୍ୟ ଯୋଗର ଅଂଶ ବିଶେଷ। ତିନୋଟି ଯାକ ବିଷୟ ସାଧନା ଉପରେ ଆଧାରିତ। ତିନୋଟି ଯାକ କ୍ଷେତ୍ରରେ ସାଧନାରତ ମଣିଷହିଁ ସଫଳତା ପାଇଥାଏ।

ସମ୍ବଲପୁରୀ ଲୋକ ସଂସ୍କୃତିକୁ ନେଇ ମଞ୍ଚାସୀନ ଅତିଥିମାନେ ନିଜସ୍ବ ମତ ଉପସ୍ଥାପନା କରିଥିଲେ। ସାରସ୍ବତ ସମାରୋହ ଅବସରରେ ବିଶିଷ୍ଟ ଆକାଶବାଣୀ ଗିତିକାର ବିଭୁତି ଭୂଷଣ ନାଥଙ୍କ ଦୁଇଟି ଗୀତିକବିତା ପୁସ୍ତକ ଉନ୍ମୋଚନ କରାଯାଇଥିଲା। କାଯ୍ୟକ୍ରମରେ ଉପସ୍ଥିତ ଅତିଥି ବିଶିଷ୍ଟ ଆକାଶବାଣୀ କଣ୍ଠଶୀଲ୍ପୀ ତେଜରାଜ ନାୟକ, ବିଭୁତି ପଟ୍ଟନାୟକ, ମୋତିଲାଲ ଦୋରା , ଫକୀର ପୃଷ୍ଟି , ସନ୍ତୋଷ ଦାସ ପ୍ରୁମଖ ବିଭୁତି ଭୂଷଣ ନାଥଙ୍କଗୀତି କବିତା ପୁସ୍ତକ ଝାରମଲୀ ଏବଂ ସ୍ବର ଲହରୀ କୁ ଉନ୍ମୋଚନ କରିଥିଲେ।

- Advertisement -

କାର୍ଯ୍ୟକ୍ରମକୁ ସମ୍ବଲପୁରୀ ଦରପନ ପତ୍ରିକାର ସମ୍ପାଦକ ଭବାନୀଶ ଭୋଇ ପରିଚାଳନା କରିଥିଲେ। ଉତ୍ସବରେ ଲେଖକୀୟ ମନ୍ତବ୍ୟ ରଖି କହିଥିଲେ ଯେ, ତାଙ୍କର ବହୁ ଗୀତକୁ ସ୍ବର୍ଗତ ଫକୀର ପଟନାୟକ, ବିଭୂତି ପଟ୍ଟନାୟକ, ସନ୍ତୋଷ ମିଶ୍ରଙ୍କ ଭଲି ବହୁ ପ୍ରତିଷ୍ଠିତ ଗାୟକ କଣ୍ଠଦେଇ ଲୋକପ୍ରୀୟ କରିପାରିଥିଲେ। ଏହାସେତ୍ତ୍ବେ ସେହି ଗୀତ ଗୁଡିକ ଏତେବର୍ଷ ପରେ ବହିରରୁପ ନେଇଛି। ଏହି ଅବସରରେ ବିଶିଷ୍ଟ ସମ୍ବଲପୁରୀ ଗାୟକ ବିଭୁତି ପଟ୍ଟନାୟକ ମକର ମିଳନ ଅବସରରେ ବିଭୁତି ନାଥଙ୍କ ଗୀତିକବିତା ପୁସ୍ତକ ଆକାରେ ପ୍ରକାଶିତ ହେବା ନେଇ ଖୁସି ପ୍ରକାଶ କରିଥିଲେ। ଏହାସହ ତାଙ୍କ ରଚିତ ଦୁଇଟି ଲୋକପ୍ରୀୟ ଗୀତ ପରିବେଷଣ କରିଥିଲେ।

ସମାରୋହରେ ଅନ୍ୟତମ ଅତିଥି ତେଜରାଜ ନାୟକ ଏବଂ ସନ୍ତୋଷ ମିଶ୍ର ମଧ୍ୟ ବିଭୁତି ଭୂଷଣ ନାଥଙ୍କ ରଚିତ ଲୋକପ୍ରୀୟ ପୁରୁଣା ଗୀତ ପରିବେଷଣ କରିଥିଲେ। ସମ୍ବଲପୁରୀ ଲୋକସଙ୍ଗୀତ ଭିତରେ ଅନେକ କିଛି ହଜିବାକୁ ବସିଥିବା ବେଲେ ଏଭଲି ପ୍ରୟାସ ଜରିଆରେ ସେହି ପୁରୁଣା ସଂସ୍କୃତିକୁ କୁ ପୁର୍ନଜୀବିତ କରାଯାଇ ପାରିବ ବୋଲି ସନ୍ତୋଷ ମିଶ୍ର କହିଥିଲେ। ଯୋଗ ପରିବାରର ସୁଧୀର ମିଶ୍ର ଅର୍ପିତା ମିଶ୍ର, ରଘୁମଣି ନାୟକ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ। ବିଚିତ୍ରାନନ୍ଦ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

 

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories