www.samajalive.in
Monday, December 15, 2025
14.1 C
Bhubaneswar

ଭୀମକୁଣ୍ଡ ମକର ମେଳା : ଓଡିଶୀ, ଝୁମର ଓ ସମ୍ବଲପୁରୀ ନୃତ୍ୟରେ ଦର୍ଶକ ବିମୋହିତ

ପାଟଣା : ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ପାଟଣା ବ୍ଲକ ଅନ୍ତର୍ଗତ ଘାଟ ବାଲିଜୋଡ଼ି ସ୍ଥିତ ପୁଣ୍ୟତୋୟା ବୈତରଣୀର ଭୀମକୁଣ୍ଡ ଠାରେ ଅନ୍ୟୁନ ୫୦ହଜାର ଶ୍ରଦ୍ଧାଳୁ ମକର ବୁଡ଼ ପକାଇବା ସହ ସେଠାରେ ଭିମେଶ୍ୱର ଓ ତୀର୍ଥେଶ୍ୱର ମହାଦେବଙ୍କୁ ଦର୍ଶନ କରିଛନ୍ତି। ଭୀମକୁଣ୍ଡର ବିସ୍ତୀର୍ଣ୍ଣ ପ୍ରସ୍ତର ଶଯ୍ୟାରେ ବୁଲା ବୁଲି କରିବା ସହ ୱାଚ ଟାୱାରରୁ ଭୀମକୁଣ୍ଡର ଅପୂର୍ବ ଶୋଭା ଦେଖି ବିମୋହିତ ହୋଇଛନ୍ତି।

ଭୀମକୁଣ୍ଡ ମକର ମେଳାରେ ବିଡ଼ିଓ ମାନସ କୁମାର ଦଣ୍ଡପାଟଙ୍କ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ସରପଞ୍ଚ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଓଡିଶୀ, ଝୁମର ଓ ସମ୍ବଲପୁରୀ ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା।

- Advertisement -

ଭୀମକୁଣ୍ଡ ବ୍ୟତୀତ ପାଟଣାର ଅନସୂୟା ଘାଟ, ରାଜନଗରର ଶୈବ୍ୟାକାବେରୀ ତୀର୍ଥ ଓ ତୁରୁମୁଙ୍ଗାର ବୈତରଣୀରେ ହଜାର ହଜାର ଶ୍ରଦ୍ଧାଳୁ ମକର ବୁଡ଼ ପକାଇଛନ୍ତି। ଧାନବେଣୀ, କାଶିଆ, ଅସନବାହାଳି ଓ ଚିକିଣିଆ ଆଦି ସ୍ଥାନରେ ଆଜି କୁଡୁମି ସମ୍ପ୍ରଦାୟର ମହିଳା ଓ ଯୁବତୀମାନେ ଟୁସୁ ପ୍ରତିଯୋଗିତାରେ ଏକାଠି ହୋଇଥିବା ଦେଖାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories