ସମ୍ବଲପୁର: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମ୍ବଲପୁର ୟୁଥ୍ ପକ୍ଷରୁ କାଇଟ୍ ଫେଷ୍ଟିଭାଲ୍ – ୨୦୨୫ ଆୟୋଜିତ ହୋଇ ଯାଇଛି। ଶିଶୁ କିଶୋର ଓ ଯୁବକ ଯୁବତୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା। ନୃତ୍ୟ, ସୁନ୍ଦରୀ ପ୍ରତିଯୋଗିତା ମିଷ୍ଟର୍ କାଇଟ୍ ମିସ୍ କାଇଟ୍, କ୍ରାଫ୍ଟ, ଚିତ୍ରାଙ୍କନ୍, ରଙ୍ଗୋଲି, ସେଲ୍ଫି ଭଳି ବିବିଧ କ୍ଷେତ୍ରରେ ଉଭୟ କନିଷ୍ଠ ଓ ବରିଷ୍ଠ ବିଭାଗରେ ପ୍ରତିଯୋଗୀତା ହୋଇଥିଲା। ୫ ଶହରୁ ଊର୍ଦ୍ଧ୍ବ ପ୍ରତିଯୋଗି ମାନେ ଏହି ପ୍ରତିଯୋଗୀତା ଗୁଡିକରେ ଉତ୍ସାହର ସହିତ ଭାଗ ନେଇଥିଲେ। ଦିନ ତମାମ ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ଅଞ୍ଚଳର ସାଂସ୍କୃତିକ ଅନୁଷ୍ଠାନ ମାନଙ୍କ ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଗୁଡିକ ଆୟୋଜନ ହୋଇଥିଲା। ଓଡ଼ିଶୀ, ସମ୍ବଲପୁରୀ, ହିନ୍ଦି, ଆଧୁନିକ ଗୀତ ନୃତ୍ୟରେ ସମାହିତ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ଭରପୁର ମନୋରଞ୍ଜନ ପ୍ରଦାନ କରିଥିଲା। ଗତ ବର୍ଷ ’ଶ୍ରୀରାମ ମନ୍ଦିର’ ଉପରେ ଥିମ୍ ଡ୍ୟାନ୍ସ ଥିବା ବେଳେ ଚଳିତ ବର୍ଷ ଥିମ୍ ଡ୍ୟାନ୍ସ ରେ ’ଗଙ୍ଗା ନଦୀ’ କୁ ଆଧାର କରି ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ମିଷ୍ଟର୍ କାଇଟ, ମିସ୍ କାଇଟ ସମେତ ବିଭିନ୍ନ କଳା ପ୍ରତିଯୋଗୀତା ମାନଙ୍କରେ ଅସୀମ ପ୍ରଧାନ, ମୀମାଂସା ରଥ, ତନୁଜା ମହାପାତ୍ର, ନିବେଦିତା ଦାଶ ପ୍ରମୂଖ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ।
Popular Categories



