ଦିବ୍ୟାଙ୍ଗ ପୁଅର ଆକ୍ରମଣରେ ବାପା ଗୁରୁତର, ବେକ କାଟି ଦେଇଥିବା ଅଭିଯୋଗ – ଥାନା ବାବୁ କହିଲେ ଅଭିଯୋଗ ନାହିଁ କାର୍ଯ୍ୟାନୁଷ୍ଠାନ ହୋଇନି
ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡିମିରିଗୁଡା ପଂଚାୟତ ଅଧିନରେ ଥିବା ଗଦାଡି ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଛି। ଜଣେ ଦିବ୍ୟାଙ୍ଗ ପୁଅର ଆକ୍ରମଣରେ ବାପା ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ବୁଧବାର ସକାଳେ ଗଦାଡି ଗ୍ରାମର ପାଲେନା ବିନ୍ଧାଣୀ (୫୬) ଙ୍କ ସହ ତାଙ୍କ ବଡପୁଅ ନଟବର ବିନ୍ଧାଣୀଙ୍କ ସହ ପାରିବାରିକ କଥାକୁ ନେଇ ବଚସା ହୋଇଥିଲ।। ରାଗରେ ବଡପୁଅ ନିଜ ଆଶାବାଡିରେ ନିଜ ବାପାକୁ ମାଡ ମାରିବା ସହ କୈାଣଷି ଏକ ଧାରୁଆ ଅସ୍ତ୍ରରେ ତାଙ୍କ ବାପାଙ୍କ ବେକକୁ କାଟି ଦେଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ପାଲେନିଙ୍କୁ ତାଙ୍କ ଦୁଇ ସାନପୁଅ ନରେନ୍ଦ୍ର ବିନ୍ଧାଣୀ ଓ ବାଳକ ବିନ୍ଧାଣୀ ପ୍ରଥମେ ନୂଆପଦର ସ୍ଥିତ ପ୍ରାଥମିକ ଚିକିତ୍ସାଳୟ ରେ ଚିକିତ୍ସାପାଇଁ ଭର୍ତି କରିଥିଲେ ।
ପାଲେନାଙ୍କୁ ସଙ୍କଟାପର୍ଣ୍ଣ ଅବସ୍ଥାରେ ଆମ୍ବୁଲେନ୍ସ ଯୋଗେ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅଧିକ ଚିକିତ୍ସା ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଥାନାରେ କୈାଣସି ଆଭିଯୋଗ ଆସିନଥିବା ବେଳେ ଅଭିଯୋଗ ଆସିଲେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ସୂଚନା ଦେଇଛନ୍ତି ।
Comments are closed.