www.samajalive.in
Friday, December 12, 2025
19.1 C
Bhubaneswar

ପୁଲିସ ମିତ୍ର ହତ୍ୟା ଘଟଣା: ବ୍ୟକ୍ତିଗତ ଶତ୍ରୁତାରୁ ହତ୍ୟାକାଣ୍ଡ, ୫ ଗିରଫ

ଭୁବନେଶ୍ୱର: ପୁଲିସ ମିତ୍ର ଘଟଣାରେ ୫ଜଣ ଗିରଫ କରାଯାଇଛି ବୋଲି ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ଏହି ଘଟଣାରେ ଏବେ ବି ତଦନ୍ତ ଜାରି ରହିଛି। ଅନ୍ୟ ଅଭିଯୁକ୍ତଙ୍କ ସମ୍ପୃକ୍ତି ଥାଇପାରେ ବୋଲି ସନ୍ଦେହ କରାଯାଉଛି। ହତ୍ୟାରେ ବ୍ୟବହୃତ ୨ ବାଇକ ଏବଂ ମାରଣାସ୍ତ୍ର ଜବତ ହୋଇଛି। ସେମାନଙ୍କ ନିକଟରୁ ୪ ମୋବାଇଲ ଫୋନ, ରକ୍ତଲଗା ପୋଷାକ ଏବଂ ୨ଟି ବ୍ୟାଗ ମିଳିଛି। ଜବତ ସାମଗ୍ରୀକୁ ଆଧାର କରି ଅଭିଯୁକ୍ତମାନଙ୍କ ଠାରୁ ଅଧିକ ତଥ୍ୟ ସଂଗ୍ରହ କରିପାରିବ। ଶ୍ରୀ ମିଶ୍ର କହିଛନ୍ତି ଯେ ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମୀଧର ବ୍ୟକ୍ତିଗତ ଶତ୍ରୁତାରୁ ଷଡ଼ଯନ୍ତ୍ର ରଚିଥିଲା ଏବଂ ବୁଧବାର ଏହି ହତ୍ୟାକାଣ୍ଡ ଭିଆଇଥିଲା । ନିକଟରେ ଲକ୍ଷ୍ମୀଧରର ପତ୍ନୀ ଲିପିକା ଜେଲରୁ ଫେରିଥିଲା।

ଭୁବନେଶ୍ୱରରେ ବୁଧବାର ଘଟିଥିବା ପୁଲିସ ମିତ୍ର ‘ସହଦେବ ନାୟକ‘ ହତ୍ୟାକାଣ୍ଡ ଘଟଣା ନେଇ ଡିସିପି ପିନାକ ମିଶ୍ର କହିଛନ୍ତି ଯେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା। ଅଭିଯୁକ୍ତମାନେ ସହଦେବଙ୍କୁ ହତ୍ୟା କରିବା ପାଇଁ ଗତ ୭ ତାରିଖ ଦିନ ଯୋଜନା କରିଥିବାବେଳେ ସହଦେବଙ୍କୁ ହତ୍ୟା ପାଇଁ ଘଟଣାସ୍ଥଳକୁ ୨ଟି ବାଇକ୍‌ରେ ଆସିଥିଲେ। ଗୋଟିଏ ବାଇକ୍‌ରେ ମୁଖ୍ୟ ଅଭିଯୁକ୍ତ ଦଂପତି ବସିଥିବା ବେଳେ ଆଉ ‌ଗୋଟିଏ ବାଇକ୍‌ରେ ଅନ୍ୟ ୩ ଜଣ ଅଭିଯୁକ୍ତ ଆସିଥିଲେ। ହତ୍ୟାକାଣ୍ଡ ଭିଆଇବା ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

- Advertisement -

ରସୁଲଗଡ଼ ଓଭରବ୍ରିଜ ଉପରେ ସହଦେବ ନାୟକଙ୍କୁ ବୀଭତ୍ସ ହତ୍ୟା ମାମଲାରେ କମିସନରେଟ୍‌ ପୁଲିସର ସ୍ବତନ୍ତ୍ର ଟିମ୍‌ ଗୁରୁବାର ଗିରଫ ଅଭିଯୁକ୍ତ ଲକ୍ଷ୍ମୀଧର ନାୟକକୁ ନେଇ ଦୟାନଦୀ କୂଳକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ୍ କରିଛି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories