www.samajalive.in
Sunday, December 14, 2025
23.1 C
Bhubaneswar

ଲାଞ୍ଜିଗଡ ବ୍ଲକସ୍ତରୀୟ ୨୭ ତମ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୫ ଉଦଯାପିତ

ଲାଞ୍ଜିଗଡ : କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ କାର୍ଜି ମାଝୀ ମଞ୍ଚଠାରେ ୨୭ ତମ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ ଶୁକ୍ରବାର ଉଦଯାପିତ ହୋଇଯାଇଛି। ଲୋକ ସଂସ୍କୃତି, ପରମ୍ପରା, ଲୋକଗୀତ ଓ ଲୋକନୃତ୍ୟର ବାର୍ତ୍ତାବହକୁ ନେଇ ପ୍ରତିବର୍ଷ ପାଳନ ହୋଇଥାଏ କଳାହାଣ୍ଡି ଉତ୍ସବ ଘୁମୁରା। ଶୁକ୍ରବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ବିଶ୍ୱନାଥପୁର ଭୈରବ ପୀଠରୁ ମଶାଲ ବାହାରି ଏକ ବିରାଟ ଶୋଭାଯାତ୍ରାରେ ବିଶ୍ୱନାଥପୁର ସହର ପରିକ୍ରମା କରି ଖେଳ ପଡିଆ ସ୍ଥିତ କାର୍ଜି ମାଝୀ ମଞ୍ଚକୁ ନିଆଯାଇଥିଲା। ଏହି  ମଶାଲ ଶୋଭାଯାତ୍ରାରେ ଲାଞ୍ଜିଗଡ଼ ବ୍ଲକ ୨୬ ଗୋଟି ପଞ୍ଚାୟତ ଅଧୀନରେ ଥିବା ସରପଞ୍ଚ ,ସମିତି ସଭ୍ୟ/ସଭ୍ୟା ବିଭିନ୍ନ ସ୍କୁଲର ଶିକ୍ଷକ ଓ ଛାତ୍ରଛାତ୍ରୀ ସମେତ ପଞ୍ଚାୟତ ସମିତି ଅଧୀନରେ ଥିବା ବିଭିନ୍ନ ବିଭାଗର କର୍ମଚାରୀମାନେ ସାମିଲ ହୋଇଥିଲେ। ମଶାଲ ଆଣି ପ୍ରଥମେ ମଞ୍ଚ ନିକଟରେ ସ୍ଥାପନ କରି ଅତିଥିମାନଙ୍କ ଦ୍ୱାରା ଦିପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।

ଲାଞ୍ଜିଗଡ ବିଡ଼ିଓ ଶଶାଙ୍କ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷା କମଳା ପାତ୍ର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସାମାଜିକ କର୍ମୀ ଡା. ଉମେଶ ଚନ୍ଦ୍ର ଶତପଥୀ, ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ,ଲାଞ୍ଜିଗଡ଼ ବିଧାୟକ ପ୍ରତିନିଧି ପ୍ରଦୀପ ଘଡେ଼ଇ,ଲାଞ୍ଜିଗଡ ପଞ୍ଚାୟତ ସମିତି ଉପାଦକ୍ଷ ସଞ୍ଜୀବ କୁମାର ନାୟକ,ଲାଞ୍ଜିଗଡ ବେଦାନ୍ତ ଆଲୁମିନା ସିଏସଆର ମୁଖ୍ୟ ଶିଶିର ତରଫଦାର,ବ୍ଳକ ସମିତି ସଭ୍ୟ ସଭାପତି ଜଗଦୀଶ ବେନିଆଁ,ବ୍ଳକ ସରପଞ୍ଚ ସଂଘ ସଭାପତି ସାଣ୍ଡରୁ ମାଝୀ,ପୁର୍ବତନ ଅଧ୍ୟକ୍ଷ ମନୋହର ହରପାଲ,ସାମାଜିକ କର୍ମୀ ଲଷ୍ମୀ ଧର ସନ୍ତୋଷ ରାୟ ସମେତ ଲାଞ୍ଜିଗଡ ବ୍ଲକର ୨୬ ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ମାନେ ମଞ୍ଚାଶିନ ଥିଲେ। କାର୍ଯ୍ୟକ୍ରମରେ ଗୋପାଳ ଦାସ ମହାନନ୍ଦ ଓ ସୁଶୀଲ ବାଗ ମଞ୍ଚ ପରିଚାଳନା କରିଥିଲେ।

- Advertisement -

କଳାହାଣ୍ଡି ଉତ୍ସବ ୨୭ତମ ବର୍ଷରେ ପହଞ୍ଚି ବେଳେ ଅନେକ ପ୍ରତିଭା କଳା ପ୍ରଦର୍ଶନ କରି ଦେଶ ବିଦେଶରେ ରାଜ୍ୟ ଓ ଜିଲା ପାଇଁ ଗୌରବ ଆଣିଛନ୍ତି ବୋଲି ଉପସ୍ଥିତ ଅତିଥିମାନେ କହିଥିଲେ। କାର୍ଜି ମାଝୀ ମଞ୍ଚରେ ଜିଲ୍ଲା ଓ ଜିଲ୍ଲା ବାହାରୁ ଆସିଥିବା କଳାକାରମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଅବସରରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଗରିବ ଛାତ୍ରଛାତ୍ରୀଙ୍କୁ ଆତ୍ମରକ୍ଷା ନିମନ୍ତେ ଉତ୍ତମ କରାଟେ ଶିକ୍ଷା ଯୋଗାଣ ଥିବା କରାଟେ କୋଚ୍ ଭାବେ କ୍ଷମାନିଧି ମହାଖୁଡ,ଆମ୍ବୁଲାନ୍ସ ସେବା ଯୋଗାଉ ଥିବା ବେଦାନ୍ତ ଡାକ୍ତରଖାନା ପରିଚାଳକ ଅମର ମହାନ୍ତି, ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ଲାଞ୍ଜିଗଡରୋଡ଼ ଫାର୍ମାସିଷ୍ଟ ରବୀନ୍ଦ୍ର ସାହୁ ଓ ଲାଞ୍ଜିଗଡ ଟୁନା ପାଣିଗ୍ରାହୀ,ଉତ୍ତମ ଶିକ୍ଷା ଯୋଗାଇ ଥିବା ପାଣିମୁଣ୍ଡା ସ୍କୁଲର ବରିଷ୍ଠ ଶିକ୍ଷକ ତପନ ଭୋଇଙ୍କୁ ଉପଢ଼ୋକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ।

ଏହି ଉତ୍ସବରେ ଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ସମନ୍ବିତ ଶିଶୁ ବିଭାଗ, ମିଶନ ଶକ୍ତି ବିଭାଗ, କୃଷି ବିଭାଗ, ଓଡିଶା ମିଲେଟ ମିଶନ ଏବଂ ଆଇସିଡିଏସ ବିଭାଗର ଷ୍ଟଲ ମାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଘୁମରା,ହୁଳହୁଳି, ମହିଳା ମାନଙ୍କ ମୁରୁଜ ଝୋଟି, ବିଭିନ୍ନ ସ୍କୂଲ ଛାତ୍ର ଛାତ୍ରୀଙ୍କ ନୃତ୍ୟ, ଗୀତ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ସନ୍ଧ୍ୟାରେ ସମ୍ବଲପୁରର ଭଜନ ପରିବେଷଣ ମାନ ଅନୁଷ୍ଠିତ କରାଯାଇଥିଲା । ଶେଷରେ ଅତିଥି ମାନଙ୍କ ଦ୍ୱାରା  ସାଂସ୍କୃତିକ କାର୍ଯ୍ୟକ୍ରମରେ କୃତି କଳାକାର ମାନଙ୍କୁ ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ସହଯୋଗ କରିଥିଲେ । ଆଇନ ଶୃଙ୍ଖଲା ପରିସ୍ତିତିକୁ ଦୃଷ୍ଟିରେ ରଖି ବିଶ୍ୱନାଥପୁର ପୋଲିସ ପକ୍ଷରୁ ପୁଲିସ ବଳ ଏବଂ ଥାନା କର୍ମଚାରୀଙ୍କୁ ଏବଂ ଲାଞ୍ଜିଗଡ ଅଗ୍ନିଶମ ବିଭାଗ କର୍ମଚାରୀ ମୁତୟନ କରାଯାଇଥିଲା ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories