www.samajalive.in
Saturday, December 13, 2025
21.1 C
Bhubaneswar

ମିଳିବ ସୁଭଦ୍ରା ଯୋଜନା ପରବର୍ତ୍ତୀ କିସ୍ତି, ଶୀଘ୍ର କରନ୍ତୁ ଇ-କେୱାଇସି

ଡେସ୍କ: ରାଜ୍ୟର ମହିଳାଙ୍କୁ ସଶକ୍ତ କରିବା ଲାଗି ପ୍ରଣୟନ ହୋଇଥିବା ସୁଭଦ୍ରା ଯୋଜନାରେ ନାମ ଯୋଡିବା ସୁବିଧା ଉପଲବ୍ଧ ହେବା ପରେ ପ୍ରାୟ ୮ ହଜାରରୁ ଅଧିକ ଆବେଦନକାରୀ ପୁନର୍ବାର ସାମିଲ ହୋଇଥିବା ଜଣାପଡିଛି। ଯେଉଁ ଆବେଦନକାରୀମାନେ ତ୍ରୁଟି ଯୋଗୁ ଏହି ଯୋଜନାରୁ ବାଦ ପଡ଼ିଥିଲେ, ସେମାନଙ୍କୁ ସୁଯୋଗ ଦେବା ଲାଗି ରାଜ୍ୟ ସରକାର ଅପ୍ଟ ଇନ ବ୍ୟବସ୍ଥା ବିଷୟ ଘୋଷଣା କରିଥିଲେ। ଏହି ବ୍ୟାବସ୍ତର ସୁଯୋଗ ନେବାକୁ ରାଜ୍ୟ ମହିଳା ଏବ ଶିଶୁ ବିକାଶ ବିଭାଗ ତରଫରୁ ଅନୁରୋଧ କରାଯାଇଛି।

ସୂଚନା ଅନୁଯାୟୀ, ରାଜ୍ୟ ସରକାର ଖୁବ ଶୀଘ୍ର ସୁଭଦ୍ରା ଯୋଜନାରେ ଚତୁର୍ଥ ପର୍ଯ୍ୟାୟ ପ୍ରଥମ କିସ୍ତି ଅର୍ଥ ରାଶି ପ୍ରଦାନ କରିବେ। ତେବେ ୨ ଲକ୍ଷରୁ ଅଧିକ ଆବେଦନକାରୀ ସେମାନଙ୍କର ଇ-କେୱାଇସି କରିନଥିବାରୁ ଏହି ସୁବିଧା ପାଇବାରୁ ବଂଚିତ ହେବେ। ତେଣୁ ଆବେଦନକାରୀମାନେ ନିକଟସ୍ଥ ଜନସେବା କେନ୍ଦ୍ର ବା ମୋ ସେବା କେନ୍ଦ୍ରକୁ ଯାଇ ବାୟୋମେଟ୍ରିକ ପଦ୍ଧତିରେ ନିଜର ଇ-କେୱାଇସି କରିବାକୁ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି।

Hot this week

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

Related Articles

Popular Categories