www.samajalive.in
Sunday, December 14, 2025
14.1 C
Bhubaneswar

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ପ୍ରଥମବର୍ଷ ଉପଲକ୍ଷେ ଯଜ୍ଞ

କେନ୍ଦୁଝରଗଡ଼ : ଅଯୋଧ୍ୟା ଠାରେ ବହୁ ପ୍ରତୀକ୍ଷିତ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ସହ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପ୍ରଥମବର୍ଷ ଉପଲକ୍ଷେ  କେନ୍ଦୁଝର ମାଇନିଂରୋଡସ୍ଥିତ ରଘୁନାଥଜୀଉ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶ୍ରୀରାମ ମନ୍ଦିର ପରିସରରେ ଶନିବାର ଶ୍ରୀରାମ ମନ୍ଦିରର କର୍ମକର୍ତ୍ତା ଓ ବୈଦିକ ବ୍ରାହ୍ମଣ ପରିଷଦ ପୁରୀ କେନ୍ଦୁଝର ଶାଖା ପକ୍ଷରୁ ମହା ମହାଆହୂତି ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ସକାଳ ୮ଘଟିକାରେ ଗୁରୁପୂଜା, ଗୋପୁଜା ଓ ସୂର୍ଯ୍ୟ ପୂଜା ସହ ଯଜ୍ଞ କର୍ମ ଆରମ୍ଭ ହୋଇଥିଲା । ରାଧାନାଥ ମିଶ୍ର  ଓ ତାଙ୍କ ପତ୍ନୀ କର୍ତ୍ତା ଭାବେ ଯଜ୍ଞ କାର୍ଯ୍ୟ ତୁଲାଇଥିବା ବେଳେ ପ୍ରଭୁ ଶ୍ରୀରାମ ସେବକ ଦେବଦତ୍ତ ସାହୁଙ୍କ ସମେତ ସମସ୍ତ ରାମ ସେବକଙ୍କ ପ୍ରତକ୍ଷ ତତ୍ତ୍ୱାବଧାନରେ  ଯଜ୍ଞ କାର୍ଯ୍ୟ ସୁଚାରୁରୂପେ ସମ୍ପର୍ଣ୍ଣ ହୋଇଥିଲା । ବୈଦିକ ପରିଷଦ ପକ୍ଷରୁ ପଣ୍ଡିତ ଅଲେଖ ଚନ୍ଦ୍ର ତ୍ରିପାଠୀ, ସଞ୍ଜୟ ତ୍ରିପାଠୀ, ସୁବ୍ରତ ତ୍ରିପାଠୀ, ଦେବଦତ୍ତ ଷଡ଼ଙ୍ଗୀ, ସୁଶାନ୍ତ କୁମାର ଆଚାର୍ଯ୍ୟ, ଗିରିଶ ଚନ୍ଦ୍ର ପଣ୍ଡା, ନରେଶ କୁମାର ମିଶ୍ର, ପରମାନନ୍ଦ ପଣ୍ଡା, ଅମରେନ୍ଦ୍ର ପଣ୍ଡା, ଗୁରୁପ୍ରସାଦ ପଣ୍ଡା ଏବଂ କୃଷ୍ଣ ଶଙ୍କର ପଣ୍ଡା ପ୍ରମୁଖଙ୍କ ଦ୍ୱାରା ଯଜ୍ଞ ଆରମ୍ଭ ହୋଇ ପୂର୍ଣ୍ଣାହୂତି ପରେ ଭକ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା ।

Hot this week

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

Related Articles

Popular Categories