www.samajalive.in
Tuesday, December 9, 2025
17.1 C
Bhubaneswar

ଆଜି ଭୁବନେଶ୍ଵରରେ ୪୬୮ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୧୨୩

ଭୁବନେଶ୍ଵର: ଆଜି ରାଜଧାନୀ ଭୁବନେଶ୍ୱରରେ ୪୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୧୨୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।
ବିଏମ୍‌ସି ପକ୍ଷରୁ ଟ୍ବିଟ୍‌ କରି କୁହାଯାଇଛି ଯେ ଆଜି ଭୁବନେଶ୍ଵରରେ ୪୬୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍‌ ୮୨ ଓ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ୩୮୬ ଚିହ୍ନଟ ହୋଇଛନ୍ତି। କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ନୟାପଲ୍ଲୀ ୬, ପୁରୁଣା ଭୁବନେଶ୍ୱରରୁ ୪ , ୟୁନିଟ ୩ ଅଞ୍ଚଳରୁ ୫, ଟଙ୍କପାଣି ୫, ଆଚାର୍ଯ୍ୟ ବିହାର ୫, ବଡ଼ଗଡ଼ରୁ ୬, ଶୈଳଶ୍ରୀ ବିହାର ୧୩, ରସୁଲଗଡ ୧୩, ବାପୁଜୀ ନଗର ୫, ସାମନ୍ତରାପୁର ୪, ପଟିଆ ୧୯, ଓଲଡ଼ ଟାଉନରୁ ୧୮ ଜଣ ଚିହ୍ନଟ ହୋଇଛନ୍ତି ସେହିପରି ଲୋକାଲ୍‌ କଣ୍ଟାକ୍ଟ କେସ୍‌ ମଧ୍ୟରୁ ନୟାପଲ୍ଲୀ ୩୩, ସୁନ୍ଦରପଦା ୧୭, ଆଇଆରସି ଭିଲେଜ ୫, ନୀଳାଦ୍ରି ବିହାର ୬, ଶାସ୍ତ୍ରୀ ନଗର ୫, ବିଜେବି ନଗରରୁ ୧୦, ଜାଗମରା ୭, ବମିଖାଲ ୯, ଜୟଦେବ ବିହାର ୬, ଝାରପଡା ୧୦, ଚନ୍ଦ୍ରଶେଖରପୁର ୧୩, ଖଣ୍ଡଗିରି ୧୪, ଲକ୍ଷ୍ମୀସାଗର ୧୧, ପୋଖରୀପୁଟ ୧୪, ବରମୁଣ୍ଡା ୭, ପାତ୍ରପଡାରୁ ୫, ୟୁନିଟ ୬ରୁ ୫, ୟୁନିଟ ୯ରୁ ୮ ଚିହ୍ନଟ ହୋଇଛନ୍ତି ବୋଲି ବିଏମ୍‌ସି ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି।


ଭୁବନେଶ୍ଵରରେ ପ୍ରତିଦିନ କରୋନା ଆକ୍ରାନ୍ତ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବିଏମ୍‌ସି ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ଭୁବନେଶ୍ଵର କୋଭିଡ୍‌ ପର୍ଯ୍ୟବେକ୍ଷକ ଅନୁ ଗର୍ଗ ଓ ଏନ୍‌.ତିରୁମାଲା ନାଏକ ସହ ବିଏମ୍‌ସି କମିଶନର ବିଏସ୍‌ସିଏଲ୍‌ କାର୍ଯ୍ୟାଳୟରେ ଥିବା ୧୯୨୯ କଲ୍ ସେଣ୍ଟର ପରିଦର୍ଶନ କରିଥିଲେ।

- Advertisement -

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories