www.samajalive.in
Tuesday, December 9, 2025
15.1 C
Bhubaneswar

ସାମ୍ପ୍ରତିକ ପରିସ୍ଥିତିରେ ବିକାଶ ପାଇଁ ମାନବ କେନ୍ଦ୍ରିତ ମାନସିକତା ଆବଶ୍ୟକ : ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଭାରତ-ଆମେରିକା ଭାଗିଦାରୀ ସଂପର୍କ ଫୋରମ- USISPFର ତୃତୀୟ ବାର୍ଷିକ ନେତୃତ୍ୱ ସମ୍ମିଳନୀକୁ ସମ୍ବୋଧିତ କରୁଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଯେତେବେଳେ 2020 ଆରମ୍ଭ ହେଲା, କେହି ଭାବିଥିଲେ ଯେ ଅବସ୍ଥା ଏହିପରି ହେବ? ଏକ ବୈଶିକ ମହାମାରୀ ସମସ୍ତଙ୍କୁ ପ୍ରଭାବିତ କରିଛି।’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହି ମହାମାରୀ ଆମର ସ୍ଥିରତା, ସାର୍ବଜନିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏବଂ ଅର୍ଥନୈତିକ ବ୍ୟବସ୍ଥାର ପରୀକ୍ଷଣ କରୁଛି। ସେ କହିଛନ୍ତି ଯେ ବର୍ତ୍ତମାନର ପରିସ୍ଥିତି ଏକ ନୂତନ ମାନସିକତା ଆବଶ୍ୟକ କରେ। ଏକ ଏଭଳି ମାନସିକତା ଯାହାର ବିକାଶ ପାଇଁ ମାନବ-କେନ୍ଦ୍ରିତ ଆଭିମୁଖ୍ୟ ଥିବା।

- Advertisement -

ସେ କହିଛନ୍ତି, ସୀମିତ ସମ୍ବଳ ଥିବା ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତ ବିଶ୍ବର ସେହି ଦେଶମାନଙ୍କ ମଧ୍ୟରେ ଅଛି ଯେଉଁଥିରେ କରୋନା ମହାମାରୀ ଯୋଗୁ ୧୦ ଲକ୍ଷ ଜନସଂଖ୍ୟାରେ ସର୍ବନିମ୍ନ ମୃତ୍ୟୁ ଘଟିଛି। ଭାରତରେ କରୋନା ରୋଗୀଙ୍କ ଆରୋଗ୍ୟ ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, କରୋନା ମହାମାରୀ ଅନେକ ପ୍ରଭାବ ପକାଇଛି, କିନ୍ତୁ ଏହା ୧୩୦ କୋଟି ଭାରତୀୟଙ୍କ ଆଶା ଏବଂ ଆକାଂକ୍ଷାକୁ ପ୍ରଭାବିତ କରିନାହିଁ।

ଏହି ଅବସରରେ ସେ ଆତ୍ମନିର୍ଭର ଭାରତ ଅଭିଯାନ ବିଷୟରେ ମଧ୍ୟ କହିଛନ୍ତି। ସେ କହିଛନ୍ତି, ୧୩୦ କୋଟି ଭାରତୀୟ ଏକ ଆତ୍ମନିର୍ଭର ଭାରତ ଗଠନ ପାଇଁ ଅଭିଯାନ ଆରମ୍ଭ କରିଛନ୍ତି। ଆତ୍ମନିର୍ଭର ଭାରତ ଅଭିଯାନ ଲୋକାଲ (ସ୍ଥାନୀୟ) କୁ ଗ୍ଲୋବାଲ୍ (ବିଶ୍ବ) ସହିତ ସଂଯୋଗ କରୁଛି। ଏହା ଭାରତର ଶକ୍ତିକୁ ସମଗ୍ର ବିଶ୍ୱ ଶକ୍ତି ଭାବେ ସୁନିଶ୍ଚିତ କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ କିଛି ମାସ ମଧ୍ୟରେ ଭାରତରେ ସୁଦୂର ପ୍ରସାରୀ ସଂସ୍କାର ଅଣାଯାଇଛି। ଏହି ସଂସ୍କାରଗୁଡିକ ପୂର୍ବ ଅପେକ୍ଷା ବ୍ୟବସାୟକୁ ସହଜ କରୁଛି।

ସେ କହିଛନ୍ତି, ‘ଭାରତରେ ଆହ୍ବନ ପାଇଁ ଆପଣଙ୍କ ପାଖରେ ଏପରି ଏକ ସରକାର ଅଛି ଯାହା ପରିଣାମ ଦେବାରେ ବିଶ୍ବାସ କରେ, ଯେଉଁଥି ପାଇଁ ସହାବସ୍ଥାନ ନିମନ୍ତେ ଜୀବନ ମଧ୍ୟ ଯେତିକି ସହଜ; ବ୍ୟବସାୟ କରିବା ମଧ୍ୟ ସେହିଭଳି ସହଜ। ଆପଣ ଏକ ଯୁବ ଦେଶକୁ ଦେଖୁଛନ୍ତି ଯାହାର ଜନସଂଖ୍ୟାର୬୫ ପ୍ରତିଶତ ହେଉଛନ୍ତି ୩୫ ବର୍ଷ ବୟସରୁ କମ୍। ‘

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories