www.samajalive.in
Friday, December 12, 2025
27.1 C
Bhubaneswar

ଜୟପୁରରେ ଜିକା ଆତଙ୍କ, ବିହାରରେ ସତର୍କତା ଜାରି

ଜୟପୁର : କେରଳରେ ‘ନିପା’ ପରେ ଏବେ ରାଜସ୍ଥାନର ଜୟପୁର ସହରରେ ‘ଜିକା’ ଭୂତାଣୁକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ସହରର ୨୯ ଜଣଙ୍କଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି। ‘ଜିକା’ ସଂକ୍ରମଣ ବ୍ୟାପିବା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ରିପୋର୍ଟ ମଗାଯାଇଛି। ରାଜ୍ୟ ସରକାର ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ କଡ଼ା ସତର୍କତା ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କର ଏକ ୭ଜଣିଆ ବିଶେଷଜ୍ଞ ଦଳ ଜୟପୁରରେ ପହଞ୍ଚି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି। ସଂକ୍ରମିତ ରୋଗୀଙ୍କ ଚିକତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜିକା ସଂକ୍ରମିତ ଲୋକଙ୍କୁ ଜୟପୁରର ଏସ୍‍ଏମ୍‍ଏସ୍‍ ଡାକ୍ତରଖାନାରେ ଏକ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି। ଏଠାରେ ସେପ୍ଟେମ୍ବର ୨୪ରେ ପ୍ରଥମ ଜିକା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ଅଦ୍ୟାବଧି ଚିହ୍ନଟ ହୋଇଥିବା ୭ଜଣ ସଂକ୍ରମିତ ପରସ୍ପରର ପଡୋଶୀ ବୋଲି ଜଣାପଡିଛି।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କ ପରିବାର ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ କଡ଼ା ଦୃଷ୍ଟି ରଖାଯାଇଛି। ସଂକ୍ରମଣ ରୋକିବା ଦିଗରେ ୭ ଜଣିଆ କେନ୍ଦ୍ରୀୟ ବିଶେଷଜ୍ଞ ଦଳ ରୀତିମତ୍‍ କାର୍ଯ୍ୟ କରୁଛି। ପରିସ୍ଥିତି ସମ୍ଭାଳିବା ନିମନ୍ତେ ଜାତୀୟ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ରଠାରେ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ଜିକା ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ଜୟପୁରର ଶାସ୍ତ୍ରୀନଗରର ହୋଇଥିବାରୁ ସେଠାରେ ଏକ ଚିକିତ୍ସକ ଦଳକୁ ନିୟୋଜିତ କରାଯାଇଛି। ୧୭୯ଟି ଚିକିତ୍ସକ ଦଳ ଶାସ୍ତ୍ରୀନଗର ଆଖପାଖରେ ଥିବା ୭ଟି ୱାର୍ଡରେ ଲୋକଙ୍କଠାରେ ରୋଗର ଲକ୍ଷଣ ଉପରେ ଦୃଷ୍ଟି ରଖିଛନ୍ତି।
ବିହାରର ସିୱାନବାସୀ ଛାତ୍ର ପଙ୍କଜ ଚୌରାସିଆ(୨୨) ଜୟପୁର ଆସିବା ପରେ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ। ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କଲାବେଳକୁ ଜିକା ଭୂତାଣୁ ଦ୍ୱାରା ସେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ତାଙ୍କଠାରୁ ବିହାରରେ ଏହି ଜୀବାଣୁ ସଂକ୍ରମଣ ବ୍ୟାପିଥିବା ଆଶଙ୍କା କରି ରାଜ୍ୟ ସରକାର ସେଠାକାର ସମସ୍ତ ୩୮ଟି ଜିଲାବାସୀଙ୍କ ପାଇଁ ପରାମର୍ଶାବଳୀ ଜାରି କରିଛନ୍ତି। ପଙ୍କଜ ଅଗଷ୍ଟ ୨୮ ଏବଂ ସେପ୍ଟମ୍ବର ୧୨ରେ ପରୀକ୍ଷାରେ ଯୋଗ ଦେବା ନିମନ୍ତେ ବିହାରରେ ନିଜ ଘରକୁ ଯାଇଥିଲେ।
ପୁରୁଷ ଏଡିସ୍‌ ମଶା ଦ୍ୱାରା ବ୍ୟାପୁଥିବା ଏହି ରୋଗ ଏବେ ବିଶ୍ୱର ୮୬ଟି ଦେଶରେ ଦେଖିବାକୁ ମିଳିଛି। ୧୯୪୭ରେ ଉଗାଣ୍ଡାର ଜିକା ଜଙ୍ଗଲରେ ପ୍ରଥମେ ଏହି ରୋଗ ଚିହ୍ନଟ ହୋଇଥିବାରୁ ଏହାର ଭୂତାଣୁକୁ ଜିକା ଭାବେ ନାମିତ କରାଯାଇଛି। ଜିକା ସଂକ୍ରମଣର ଲକ୍ଷଣ ଡେଙ୍ଗୁ ରୋଗ ସହିତ ପ୍ରାୟତଃ ସମାନ। ସଂକ୍ରମିତ ରୋଗୀଙ୍କଠାରେ ଜ୍ୱର, ତ୍ୱଚାରେ ଲାଲ୍‍ ଦାଗ, ଆଖି କୁଣ୍ଡାଇହେବା, ମାଂସପେଶୀ ଏବଂ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା, ମୁଣ୍ଡବିନ୍ଧା ହେବା ଆଦି ଏହି ରୋଗର ମୁଖ୍ୟ ଲକ୍ଷଣ। ଏହି ରୋଗର ଚିକିତ୍ସା ପାଇଁ କୌଣସି ଔଷଧ ନାହିଁ। ଭାରତରେ ୨୦୧୭ ଜାନୁଆରୀ ଏବଂ ଫେବୃଆରୀରେ ପ୍ରଥମେ ଅହମ୍ମଦାବାଦଠାରେ ଏହି ରୋଗ ଚିହ୍ନଟ ହୋଇଥିଲା। ୨୦୧୭ ଜୁଲାଇରେ ତାମିଲନାଡୁର କୃଷ୍ଣାଗିରିଠାରେ ଦ୍ୱିତୀୟ ବ୍ୟକ୍ତି ଜିକା ଜୀବାଣୁ ସଂକ୍ରମିତ ହୋଇଥିବା ଜଣାପଡିଥିଲା।

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories