ନିଯୁକ୍ତି ପାଇଲେ ୧୫୩ ସବ୍‌ ଇନ୍ସପେକ୍ଟର, କମିସନରେଟ ପୁଲିସକୁ ଆସିଲେ ୧୦ ଅଧିକାରୀ

ଭୁବନେଶ୍ବର : ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀ (ବିପିଏସ୍‌ପିଏ)ରୁ ତାଲିମ ପାଇବା ପରେ ଓଡ଼ିଶା ପୁଲିସର ୧୧ ତମ ବ୍ୟାଚ୍‌ର ୧୫୩ ସବ୍‌ ଇନ୍ସପେକ୍ଟରଙ୍କୁ ଶନିବାର ବିଭିନ୍ନ ଜିଲାରେ ନିଯୁକ୍ତି ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ କମିସନରେଟ ପୁଲିସରେ ନିଯୁକ୍ତି ମିଳିଛି। ସେମାନେ ହେଲେ ଅନୁଗୋଳରେ ଥିବା ହିତେଶ ରାଉତ, ଶୁଭେନ୍ଦୁ ଶେଖର ସାହୁ, କଟକର ଆର୍ତ୍ତବଲ୍ଲଭ କର, ବାଲେଶ୍ବରର ଜଗନ୍ନାଥ ନାୟକ, ବିଭୁ ନାରାୟଣ ସାହୁ, ସଞ୍ଜୟ କୁମାର ହାଂସଦା, ଉମାକାନ୍ତ ସାହୁ, ଗଜପତି ଜିଲାରେ ଥିବା ଶଙ୍କରସେନ ପ୍ରଧାନ, ଶକ୍ତି ପ୍ରସାଦ ବେହେରା ଓ ଭଦ୍ରକର ମିହିର କୁମାର ରାଉତ। ଅନ୍ୟମାନଙ୍କୁ ବିଭିନ୍ନ ଜିଲାରେ ନିଯୁକ୍ତି ଦିଆଯାଇଥିବା ପୁଲିସ ମୁଖ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରୁ ଜଣାପଡ଼ିଛି।

prayash

୨୦୨୨ରୁ ଏହି ଯୁବ ପୁଲିସ ଅଧିକାରୀମାନେ ବିପିଏସ୍‌ପିଏରେ ତାଲିମ ନେବା ଆରମ୍ଭ କରିଥିଲେ। ପ୍ରତିକୂଳ ପରିସ୍ଥିତିରେ କିଭଳି କାମ କରାଯିବ ସେ ଦିଗରେ ଏମାନେ ତାଲିମ ପାଇଛନ୍ତି। ପିପୁଲ୍ସ ଫ୍ରେଣ୍ଡଲି ପୁଲିସିଂ, ଉତ୍ତମ ବ୍ୟବହାର, ଲିଡ଼ରସିପ, ନୂଆ ନୂଆ ଜ୍ଞାନକୌଶଳରେ ତଦନ୍ତ, ଫେରୋନସିକ ଇତ୍ୟାଦି ଉପରେ ଜ୍ଞାନ ଆହରଣ କରିଛନ୍ତି। ସେହିପରି ୩ ସବ୍‌ ଇନ୍ସପେକ୍ଟରଙ୍କୁ ଶନିବାର ବଦଳି କରାଯାଇଛି। ବ୍ରହ୍ମପୁର ଜିଲା ପୁଲିସରେ ଥିବା ପ୍ରମୋଦ କୁମାର ପାଣିଙ୍କୁ କୋରାପୁଟ, କୋରାପୁଟରେ ଥିବା ଉଗ୍ରସେନ ପଟେଲଙ୍କୁ ବଲାଙ୍ଗୀର ଓ କମିସନରେଟ ପୁଲିସରେ ଥିବା ବ୍ରହ୍ମାନନ୍ଦ ପାତ୍ରଙ୍କୁ କଟକ କ୍ରାଇମବ୍ରାଞ୍ଚକୁ ବଦଳି କରାଯାଇଛି।

ସେହିପରି ଏଏସ୍‌ଆଇ ସ୍ତରରେ ମଧ୍ୟ ୨ ଅଧିକାରୀଙ୍କୁ ବଦଳି ହୋଇଛି। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ରେ ଥିବା ଦୁଷ୍ମନ୍ତ କୁମାର ମହାନ୍ତିଙ୍କୁ ଭିଜିଲାନ୍ସ ବଦଳି କରାଯାଇଥିବା ବେଳେ ପୁରୀରେ ଥିବା ଶୁଭାସିନୀ ମହାନ୍ତିଙ୍କୁ ନୟାଗଡ଼କୁ ବଦଳି ହୋଇଛି ବୋଲି ପୁଲିସ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

Comments are closed.