www.samajalive.in
Monday, December 8, 2025
14.1 C
Bhubaneswar

ବଜରଙ୍ଗ ଦଳର ମକର ସଂକ୍ରାନ୍ତି ପୋଷ୍ଟରରେ ବୁଲନ୍ଦସହର ହିଂସା ଅଭିଯୁକ୍ତ

ଲକ୍ଷ୍ନୌ : ପବିତ୍ର ମକର ସଂକ୍ରାନ୍ତି ଅବସରରେ ସାଧାରଣ ଲୋକଙ୍କୁ ଅଭିନନ୍ଦନ ଜଣାଇବା ନିମନ୍ତେ ବଜରଙ୍ଗ ଦଳ ପକ୍ଷରୁ ପ୍ରଦର୍ଶିତ ପୋଷ୍ଟରରେ ଦଳୀୟ କର୍ମୀ ତଥା ବୁଲନ୍ଦସହର ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ଯୋଗେଶ ରାଜଙ୍କ ଫଟୋ ଚିତ୍ର ପ୍ରକାଶ ପାଇଛି। ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଯୋର ଧରିଥିବା ବେଳେ ବଜରଙ୍ଗ ଦଳ ପକ୍ଷରୁ ଏହି ପୋଷ୍ଟରକୁ ସମର୍ଥନ ପୂର୍ବକ ସଫେଇ ଦିଆଯାଇଛି। ଦଳର ସହଯୋଗୀ ଆଞ୍ଚଳିକ ଆବାହକ ପ୍ରବୀଣ ଭାଟି କହିଛନ୍ତି ଯୋଗେଶ ବୁଲନ୍ଦସହର ପାଇଁ ବଜରଙ୍ଗୀ ଦଳର ଆବାହକ ହୋଇଥିବାରୁ ତାଙ୍କ ଫଟୋଚିତ୍ର ପୋଷ୍ଟରରେ ପ୍ରକାଶ ପାଇବାରେ କୌଣସି ତ୍ରୁଟି ନାହିଁ। କାରଣ ଏଯାବତ୍‌ ସେ ହିଂସା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି। ଏହି ପୋଷ୍ଟରରେ ବଜରଙ୍ଗୀ ଦଳ ଓ ବିଶ୍ବହିନ୍ଦୁ ପରିଷଦର ଅନ୍ୟ କର୍ମୀମାନଙ୍କ ଚିତ୍ର ରହିଛି। ଉଲ୍ଲେଖ ଯେ, ଡିସେମ୍ବର ୩ରେ ଗୋ-ଦେହାବଶେଷ ମିଳିବା ଘଟଣାକୁ କେନ୍ଦ୍ର କରି ବୁଳନ୍ଦସହରରେ ହିଂସାକାଣ୍ଡ ଘଟିଥିଲା। ଏଥିରେ ଜଣେ ପୁଲିସ ଅଧିକାରୀ ଓ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ଯୋଗେଶ ଏବଂ ବିଜେପି ଯୁବ ନେତା ଶିଖର ଅଗ୍ରୱାଲ ଏବେ ପୁଲିସ ହାଜତରେ ଅଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories