ମହିଳା ପୋଲିଂ ଅଧିକାରୀଙ୍କ ମୃତ୍ୟୁ

କଟକ: ହାଡ଼ିବନ୍ଧୁ ସ୍କୁଲ ୧୩୪ ବୁଥର ମହିଳା ପୋଲିଂ ଅଫିସରଙ୍କ ମୃତ୍ୟୁ ହୋଇଛି। ନିର୍ବାଚନ ଡ୍ୟୁଟି ସମୟରେ ଅସୁସ୍ଥ ହୋଇପଡ଼ିଥିଲେ ପୋଲିଂ ଅଫିସର ସୁଜାତା ମିତ୍ର। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଏସସିବି ମେଡ଼ିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଏସସିବି ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳା ପୋଲିଂ ଅଫିସର ସୁଜାତା ମିତ୍ରଙ୍କୁ  ଡାକ୍ତର ମୃତ ଘୋଷଣା କରିଥିଲେ।

ମୃତକ ସୁଜାତା ମିତ୍ରଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ଲକ୍ଷ ଟଙ୍କାର ଆର୍ଥିକ ଅନୁକମ୍ପା ରାଶି ଘୋଷଣା କରାଯାଇଛି।

Comments are closed.