www.samajalive.in
Sunday, December 14, 2025
19.1 C
Bhubaneswar

ନୂଆବର୍ଷରେ ମହାକାଶରେ୧୬ ଥର ସୂର୍ଯ୍ୟୋଦୟ ଦେଖିଲେ ସୁନୀତା

ଡେସ୍କ: ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ (ଆଇଏସ୍ଏସ୍)ରେ ଫସି ରହିଥିବା ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ନୂଆବର୍ଷ ଅର୍ଥାତ୍ ୨୦୨୫ ଜାନୁଆରୀ ୧ରେ ୧୬ଟି ସୂର୍ଯ୍ୟୋଦୟ ଦେଖିଛନ୍ତି। ୱିଲିୟମ୍ସ ‘ଏକ୍ସପେଡିସନ ୭୨’ ମିଶନର କମାଣ୍ଡର ଅଟନ୍ତି, ଯେଉଁଥିରେ ସାଥୀ ଫ୍ଲାଇଟ୍ ଇଞ୍ଜିନିୟର ଆଲେକ୍ସ ଓଭ୍ଚିନିନ, ବୁଚ୍ ୱିଲମୋର, ଇଭାନ୍ ଭାଗନର, ଡନ୍ ପେଟିଟ୍, ଆଲେକ୍ସାଣ୍ଡର ଗୋରବୁନୋଭ ଏବଂ ନିକ୍ ହେଗ୍ ମଧ୍ୟ ଅଛନ୍ତି।

୨୦୨୪ ଶେଷ ହେଉଥିବା ସମୟରେ ଅର୍ବିଟାଲ ଆଉଟପୋଷ୍ଟରୁ ବର୍ଷ ବର୍ଷ ଧରି ଚିତ୍ରିତ ଅନେକ ସୂର୍ଯ୍ୟାସ୍ତ ଦେଖିବାକୁ ମିଳୁଛି ବୋଲି ଆଇଏସ୍ଏସ୍ ଏକ୍ସରେ ଏକ ପୋଷ୍ଟରେ କହିଛି। ଆଇଏସ୍ଏସ୍ ପୃଥିବୀ ପରିକ୍ରମା କରୁଥିବା ବେଳେ ଦୈନିକ ପ୍ରାୟ ୧୫.୫ ଥର ସୂର୍ଯ୍ୟୋଦୟ ହୋଇଥାଏ। ତାହାକୁ ଆଧାର କରି ମହାକାଶଚାରୀ ୧୬ ଥର ସୂର୍ଯ୍ୟୋଦୟ ଦେଖିଥିବା କୁହାଯାଇଛି। କାରଣ ଏହା ପ୍ରାୟ ୪୦୦ କିଲୋମିଟର (୨୫୦ ମାଇଲ) ଉଚ୍ଚତାରେ ଘଣ୍ଟାପ୍ରତି ହାରାହାରି ୨୮,୦୦୦ କିଲୋମିଟର (୧୭,୫୦୦ ମାଇଲ) ବେଗରେ ଗତି କରିଥାଏ। ପ୍ରତ୍ୟେକ କକ୍ଷପଥ ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୯୦ ମିନିଟ୍ ସମୟ ଲାଗିଥାଏ।

- Advertisement -


ୱିଲିୟମ୍ସ ଏବଂ ୱିଲ୍ମୋର ଚଳିତ ବର୍ଷ ଜୁନ୍ ମାସରେ ଏକ ନିର୍ଦ୍ଧାରିତ ଆଠ ଦିନିଆ ମିଶନ ପାଇଁ ଆଇଏସ୍ଏସ୍ ଯାଇଥିଲେ। କିନ୍ତୁ ଫେରିବାକୁ ଥିବା ବୋଇଂ ଷ୍ଟାରଲାଇନର କ୍ୟାପସୁଲରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ସେମାନେ ଫେରି ନ ପାରି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ରହିଛନ୍ତି।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories