www.samajalive.in
Monday, December 15, 2025
17.1 C
Bhubaneswar

ଚୋରା ଦେଶୀ ମଦ କାରବାର ବନ୍ଦ ନେଇ ଉପଜିଲାପାଳଙ୍କୁ ଲିଖିତ ଅଭିଯୋଗ

ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ କୁଲାଇଲୋ ଗ୍ରାମରେ ଅବାଧ ଚୋରା ଦେଶୀମଦ କାରବାର ଯୋଗୁଁ ଗ୍ରାମରେ ବିଶୃଙ୍ଖଳା ସୃଷ୍ଟି ହେବା ସହ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଗ୍ରାମର କେତେକ ଭଦ୍ରବ୍ୟକ୍ତି ଚୋରା ଦେଶୀମଦ ବିକ୍ରୟ କରୁଥିବା ଲୋକଙ୍କୁ ମଦ ବିକ୍ରି ବନ୍ଦ କରିବାକୁ ଯେତେ ତାଗିଦ ଓ ବାରଣ କଲେ ମଧ୍ୟ ସେମାନେ କର୍ଣ୍ଣପାତ କରୁନାହାନ୍ତି। ସେମାନଙ୍କ ଠାରୁ ମଦ ପିଇ କିଛି ଖଳ ପ୍ରକୃତିର ଲୋକ ଏବଂ ଅସାମାଜିକ ତତ୍ତ୍ବ ଗ୍ରାମରେ ସବୁବେଳେ କିଛି ନା କିଛି ବିଶୃଙ୍ଖଳା କରି ଅଶାନ୍ତ ବାତାବରଣ ସୃଷ୍ଟି କରୁଛନ୍ତି। ଏହି ଗ୍ରାମରେ ଆଠଗଡ ବ୍ଲକର ଓଡ଼ିଶା ଆଦର୍ଶ ବିଦ୍ୟାଳୟ , ଏକ ହାଇସ୍କୁଲ ଓ ଆୟୁର୍ବେଦିକ ଅସ୍ଥି ଚିକିତ୍ସା କେନ୍ଦ୍ର ରହିଅଛି। ଅସ୍ଥି ଚିକିତ୍ସା କେନ୍ଦ୍ରକୁ ଦୈନିକ ରାଜ୍ୟ ବିଭିନ୍ନ ଅଞ୍ଚଳରୁ ଶହ ଶହ ଲୋକ ଆସୁଛନ୍ତି। ମଦ୍ୟପ ଓ ମଦ ବିକୁଥିବା ବ୍ୟକ୍ତିଙ୍କ ଯୋଗୁଁ ସବୁବେଳେ କୁଲାଇଲୋ ଗ୍ରାମରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେଉଥିବାରୁ ଗ୍ରାମବାସୀ ପାଇଁ ଏସବୁ ଅସହ୍ୟ ହୋଇପଡିଛି। ଫଳରେ କୁଲାଇଲୋ ଗ୍ରାମରେ ଚୋରା ମଦ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପୁଲିସ ଓ ଅବକାରୀ ବିଭାଗ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି । ମଙ୍ଗଳବାର ଗ୍ରାମବାସୀଙ୍କ ପକ୍ଷରୁ ଏକ ପ୍ରତିନିଧି ଦଳ ଆଠଗଡ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ମଧୁସ୍ମିତା ବିଶିଙ୍କୁ ଲିଖିତ ଅଭିଯୋଗ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ନିବେଦନ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories