www.samajalive.in
Monday, December 15, 2025
15.1 C
Bhubaneswar

ଗାଡ଼ି ଚଢ଼ାଇ ୧୦ ଜଣଙ୍କୁ ହତ୍ୟା, ୩୦ ଆହତ

ସମାଜ ଡିଜିଟାଲ ଡେସ୍କ: ଭିଡ଼ ଭିତରକୁ ଦ୍ରୁତଗାମୀ ଗାଡ଼ି ଚଢ଼ାଇ ୧୦ ଜଣଙ୍କୁ ହତ୍ୟା କରାଯାଇଛି। ଏଥିରେ ଅନ୍ୟ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆମେରିକାର ନ୍ୟୁ ଓର୍ଲିନ ଫ୍ରେଞ୍ଚ କ୍ବାର୍ଟରରେ ଥିବା ବୋରବନ ଷ୍ଟ୍ରିଟରେ ବୁଧବାର ସକାଳେ ଏହି ଘଟଣା ଘଟିଛି। ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି ସ୍ଥାନୀୟ ମେୟର କହିଛନ୍ତି। ହେଲେ ଏଫବିଆଇ ଏହା ଆତଙ୍କୀ ଆକ୍ରମଣ ନୁହେଁ ବୋଲି କହିଛନ୍ତି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ନୂଆବର୍ଷ ପାଳନ ଲାଗି ବୋରବନ ଷ୍ଟ୍ରିଟରେ ସକାଳୁ ଲୋକଙ୍କ ଭିଡ଼ ରହିଥିଲା। ଏହି ସମୟରେ ଏକ ଦ୍ରୁତ୍ରଗାମୀ ପିକଅପ ଟ୍ରକ ମାଡ଼ି ଆସିଥିଲା। ଡ୍ରାଇଭର ଗାଡ଼ିରୁ ଡେଇଁ ପଡ଼ି ଭିଡ଼ ଭିତରକୁ ଗାଡ଼ି ଛାଡ଼ି ଦେଇଥିଲେ। ପରେ ସେ ଭିଡ଼ ଭିତରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ସେଠାରେ ଉପସ୍ଥିତ ପୁଲିସ ଅଭିଯୁକ୍ତ ଡ୍ରାଇଭର ଉପରକୁ ପାଲଟା ଗୁଳିମାଡ଼ କରିଥିଲେ। ଭିଡ଼ ଜମାଇଥିବା ଲୋକଙ୍କ ଉପରେ ଗାଡ଼ି ମାଡ଼ିଯିବାରୁ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଆହତ ହୋଇଥିବା ୩୦ରୁ ଅଧିକ ଲୋକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

- Advertisement -

ତେବେ ଫ୍ରେଞ୍ଚ କ୍ବାର୍ଟର ଅଞ୍ଚଳରେ ଏହିପରି ଘଟଣା ଘଟିବା ନେଇ ପୂର୍ବରୁ ଗୁଇନ୍ଦା ବିଭାଗ ପକ୍ଷରୁ ସ୍ଥାନୀୟ ପୁଲିସ ଏବଂ ପ୍ରଶାସନକୁ ସତର୍କ କରାଯାଇଥିଲା। ଉକ୍ତ ଅଞ୍ଚଳରେ ରୁଣ୍ଡ ନ ହେବା ଲାଗି ମଧ୍ୟ ପରାମର୍ଶ ଦିଆଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories