www.samajalive.in
Saturday, December 13, 2025
15.1 C
Bhubaneswar

ବୋରୱେଲରୁ ୧୦ ଦିନ ପରେ ଶିଶୁ ଉଦ୍ଧାର, ମୃତ ଘୋଷଣା କଲେ ଡାକ୍ତର

ଡେସ୍କ: ରାଜସ୍ଥାନର କୋଟପୁଟଲିରେ ୧୦ ଦିନ ତଳେ ବୋରୱେଲ ଭିତରକୁ ଖସି ପଡ଼ିଥିବା ୩ ବର୍ଷର ଶିଶୁକନ୍ୟାକୁ ବୁଧବାର ମୃତ ଘୋଷଣା କରାଯାଇଛି। ଆଜି ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।

କୋଟପୁଟଲିର ଏକ ୭୦୦ ଫୁଟ ଗଭୀର ନଳକୂପ ଭିତରେ ନାବାଳିକା ଫସି ରହିଥିବା ବେଳେ ଉଦ୍ଧାର ପୂର୍ବରୁ ତାଙ୍କ ଅବସ୍ଥା ବିଗିଡ଼ି ଯାଇଥିଲା। ଡିସେମ୍ବର ୨୩ ତାରିଖ ଅପରାହ୍ନରେ ବାହାରେ ଖେଳୁଥିବା ବେଳେ ସେ ଏକ ବୋରୱେଲରେ ଖସି ପଡ଼ିଥିଲେ। ପ୍ରାୟ ୧୦ ମିନିଟ୍ ପରେ ତାଙ୍କ ପରିବାର ଲୋକେ ତାଙ୍କ ଚିତ୍କାର ଶୁଣି ତାଙ୍କୁ ବୋରୱେଲରେ ଫସି ରହିଥିବା ଦେଖିବାକୁ ପାଇଥିଲେ। ଜାତୀୟ ଓ ରାଜ୍ୟ ବିପର୍ଯ୍ୟୟ ରିଲିଫ ବାହିନୀ ଏକ ଡାକ୍ତରୀ ଟିମ୍ ସହ ତୁରନ୍ତ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ।

- Advertisement -

ପାଇପ୍ ଜରିଆରେ ଅକ୍ସିଜେନ୍ ଯୋଗାଣ କରାଯାଇଥିଲା। ଏହା ପୂର୍ବରୁ ଦଉଡ଼ିରେ ଲାଗିଥିବା ଲୁହା ମୁଦି ସାହାଯ୍ୟରେ ନାବାଳିକାଙ୍କୁ ବାହାର କରିବାକୁ ଚେଷ୍ଟା କରାଯାଇଥିଲା କିନ୍ତୁ ତାହା ସଫଳ ହୋଇନଥିଲା। ବୋରୱେଲର ସମାନ୍ତରାଳ ସୁଡ଼ଙ୍ଗ ଖୋଳିବା ପାଇଁ ଏକ ପାଇଲିଂ ମେସିନ୍ ଅଣାଯାଇଥିଲା। ଏହି ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ଗୁରୁବାର ୫୦ ଟନ୍ କ୍ଷମତା ବିଶିଷ୍ଟ ଏହି ମେସିନ୍ ବଦଳରେ ୧୦୦ ଟନ୍ କ୍ଷମତା ବିଶିଷ୍ଟ କ୍ରେନ୍ ଅଣାଯାଇଥିଲା। ଶୁକ୍ରବାର ଏହି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଖନନ ବନ୍ଦ ହୋଇଯାଇଥିଲା।

ଫଳରେ ପରବର୍ତ୍ତୀ ସମୟରେ ଖାଦ୍ୟ କିମ୍ବା ଅମ୍ଳଜାନ ଯୋଗାଇ ଦିଆଯାଇ ପାରିନଥିଲା ଏବଂ ତାଙ୍କ ଅବସ୍ଥା ବିଗିଡ଼ି ଯାଇଥିଲା। ଆଜି ତାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories