www.samajalive.in
Saturday, December 13, 2025
15.1 C
Bhubaneswar

ଜର୍ମାନରେ ନୂଆବର୍ଷ ପାଳନ ବେଳେ ଅଗ୍ନିକାଣ୍ଡ – ୫ ମୃତ, ଅନେକ ଆହତ

ଡେସ୍କ: ଜର୍ମାନରେ ନୂଆବର୍ଷ ପାଳନ ବେଳେ ବାଣ ଫୁଟାଇବା ଯୋଗୁଁ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଜରୁରୀକାଳୀନ କର୍ମଚାରୀ ଆହତ ହୋଇଛନ୍ତି। ବାଣର ଘରୋଇ ବ୍ୟବହାର ଉପରେ ଦେଶବ୍ୟାପୀ ପ୍ରତିବନ୍ଧକ ଲଗାଇବାକୁ ଦାବି ସତ୍ତ୍ୱେ ଏହା ଦେଶରେ ନୂଆବର୍ଷ ପାଳନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ରହିଛି ଏବଂ ପ୍ରତିବର୍ଷ ହଜାର ହଜାର ଲୋକ ବାଣ ଫୁଟାଇବା ଲାଗି ସହରର ରାସ୍ତା ଉପରକୁ ଆସିଥାନ୍ତି।

ସ୍ଥାନୀୟ ପ୍ରସାରଣ ସଂସ୍ଥା ଏମଡିଆର ଅନୁଯାୟୀ, ମୃତକଙ୍କ ମଧ୍ୟରେ ଜଣେ ୪୫ ବର୍ଷୀୟ ବ୍ୟକ୍ତି ଅଛନ୍ତି। ମଙ୍ଗଳବାର ଠାରୁ ବୁଧବାର ପର୍ଯ୍ୟନ୍ତ ରାତିସାରା ଉତ୍ସବ ସମୟରେ ଅଗ୍ନିଶମ କର୍ମଚାରୀ ଓ ଅନ୍ୟ ଜରୁରୀକାଳୀନ ସେବା କର୍ମଚାରୀଙ୍କୁ ଲକ୍ଷ୍ୟ କରି ଏହି ବାଣ ମାଡ଼ କରାଯାଇଥିଲା।

- Advertisement -

ରାଜଧାନୀ ବର୍ଲିନରେ ଅଗ୍ନିଶମ କର୍ମଚାରୀମାନେ ନୂଆବର୍ଷ ଅବସରରେ ଘଟିଥିବା ୧ ହଜାର ୮୯୨ଟି ଘଟଣାର ଜବାବ ଦେଇଛନ୍ତି, ଯାହା କି ପୂର୍ବ ବର୍ଷ ତୁଳନାରେ ୨୯୪ଟି ଅଧିକ ବୋଲି ସହରର ଅଗ୍ନିଶମ ବିଭାଗ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ୧୫୦୦ରୁ ଅଧିକ ଜରୁରୀକାଳୀନ ସେବା କର୍ମଚାରୀ ଡ୍ୟୁଟିରେ ଥିଲେ ବୋଲି ଜଣାପଡିଛି।

ଜରୁରୀକାଳୀନ କର୍ମଚାରୀଙ୍କ ଉପରେ ୧୩ଟି ଆକ୍ରମଣ ହୋଇଥିବା ସୂଚନା ମିଳିଛି। ନୂଆବର୍ଷ ଅବସରରେ ୩୩୦ ଜଣଙ୍କୁ ଅଟକ ରଖାଯାଇଛି। ବେଆଇନ୍ ବାଣ ମାଡ଼ରେ ଜଣେ ପୁଲିସ ଅଧିକାରୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଅନ୍ୟପକ୍ଷରେ ଏକ ଆପାର୍ଟମେଣ୍ଟର ପ୍ରଥମ ମହଲାରେ ଅଗ୍ନିକାଣ୍ଡ ଘଟିଛି। ଏହାପରେ ନିଆଁ ଦ୍ବିତୀୟ ମହଲାରେ ଥିବା ଏକ ଆପାର୍ଟମେଣ୍ଟକୁ ବ୍ୟାପିଯାଇଥିଲା ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ବିବୃତିରେ ଆହୁରି କୁହାଯାଇଛି ଯେ ଚଳିତ ବର୍ଷ ମ୍ୟୁନିକରେ ପାଇରୋଟେକ୍ନିକ୍ସ ଦ୍ୱାରା “ବିଶେଷ ଭାବରେ ଗୁରୁତର” ଆଘାତ ଦେଖିବାକୁ ମିଳିଛି। ସହରରେ ଘଟିଥିବା ଏହି ଦୁର୍ଘଟଣାରେ ୨, ୧୧ ଓ ୧୪ ବର୍ଷର ୩ ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି।ଏଥିରେ ଦୁଇ ବର୍ଷର ବାଳକ ଓ ୧୧ ବର୍ଷର ବାଳକର ହାତ, ବେକ ଓ ମୁହଁ ପୋଡ଼ି ଯାଇଥିବା ବେଳେ ୧୪ ବର୍ଷୀୟ ବାଳକ ନୂଆବର୍ଷ ଅବସରରେ ବାଣ ଫୁଟାଇ ଦେଇଥିଲା। ସମସ୍ତଙ୍କୁ ଅଧିକ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିଥିଲା ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଜର୍ମାନର ଆଭ୍ୟନ୍ତରୀଣ ମନ୍ତ୍ରୀ ନାନ୍ସି ଫାଏଜର ଏକ ବିବୃତ୍ତିରେ ଜରୁରୀକାଳୀନ ସେବାର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories