www.samajalive.in
Thursday, December 11, 2025
23.1 C
Bhubaneswar

ଆମେରିକାରେ ନୂଆବର୍ଷରେ ଟ୍ରକ୍ ଚଢାଇ ଗୁଳିମାଡ – ୧୨ ମୃତ, ୩୦ ଆହତ

ଡେସ୍କ: ଆମେରିକାର ନ୍ୟୁ ଅର୍ଲିନ୍ସରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଦ୍ରୁତ ଗତିରେ ଲୋକଙ୍କ ଭିଡ଼ ଭିତରକୁ ମାଡିଯାଇଥିଲା। ନୂଆବର୍ଷ ଅବସରରେ ଲୋକେ ଉତ୍ସବ ପାଳନ କରୁଥିଲେ। ଏହି ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ନାଇଟ୍ ଲାଇଫ୍ ପାଇଁ ପ୍ରସିଦ୍ଧ ବୋର୍ବୋନ୍ ଷ୍ଟ୍ରିଟ୍ ଏବଂ ଇବରଭିଲର ଛକରେ ଭୋର ପ୍ରାୟ ୩.୧୫ରେ ଏହି ଘଟଣା ଘଟିଛି। ଏଫବିଆଇ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସ୍ଥାନୀୟ ପୁଲିସ ଏହା ଆତଙ୍କବାଦୀ ଆକ୍ରମଣ ନୁହେଁ ବୋଲି କହିଛି। ଗୁଳି ଚଳାଇଥିବା ଡ୍ରାଇଭରଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଟ୍ରକରୁ ଓହ୍ଲାଇବା ମାତ୍ରେ ଡ୍ରାଇଭର ଭିଡ଼ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲା। ଘଟଣାସ୍ଥଳରୁ ସାମ୍ନାକୁ ଆସିଥିବା ଭିଡିଓରେ ଲୋକମାନେ ରାସ୍ତାରେ ଥିବା ଦେଖିବାକୁ ମିଳୁଛି ଏବଂ ଗୁଳି ମାଡ଼ର ଶବ୍ଦ ଶୁଣିବାକୁ ମିଳୁଛି। ରାସ୍ତାରେ ଆହତଙ୍କୁ ଦେଖିବାକୁ ମିଳୁଛି। ଫଳରେ ଘଟଣାସ୍ଥଳରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ନ୍ୟୁ ଅର୍ଲିୟନ୍ସ ପୁଲିସ ମଧ୍ୟ ସନ୍ଦିଗ୍ଧଙ୍କ ଉପରକୁ ଗୁଳି ଚଳାଇଥିଲା। ଏହି ଘଟଣା ପରେ ପୀଡ଼ିତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

- Advertisement -

ଦୁର୍ଘଟଣା ଓ ଗୁଳିକାଣ୍ଡ ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବଢ଼ାଇ ଦିଆଯାଇଛି ଏବଂ ଘଟଣାସ୍ଥଳରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି। ଭିଡିଓ ଓ ଫଟୋରେ ଦେଖିବାକୁ ମିଳିଛି ଯେ ସ୍ଥାନୀୟ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରୁଥିବା ଅଞ୍ଚଳରେ ପୁଲିସ କାର୍, ଆମ୍ବୁଲାନ୍ସ ଓ କୋରୋନର ଅଫିସ୍ ଗାଡ଼ି ସନ୍ଦିଗ୍ଧଙ୍କୁ ଧରିବାକୁ ଚେଷ୍ଟା କରୁଛନ୍ତି।

ନ୍ୟୁ ଅର୍ଲିନ୍ସ ପୋଲିସ ଡିପାର୍ଟମେଣ୍ଟର ଜଣେ ମୁଖପାତ୍ର ମେଟ୍ରୋକୁ କହିଛନ୍ତି ଯେ ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଏକ ଗାଡି କିଛି ଲୋକଙ୍କ ଉପରେ ଚଢ଼ିଯାଇଥିବା ଜଣାପଡିଛି। ତେବେ କେତେ ପରିମାଣର ଧନଜୀବନ କ୍ଷୟକ୍ଷତି ହୋଇଛି ତାହାର ସଠିକ ଆକଳନ କରାଯାଇ ପାରିନଥିବା ବେଳେ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି। ନୂଆ ବର୍ଷ ପାଳନ ପାଇଁ ନିକଟସ୍ଥ ବୋର୍ବନ ଷ୍ଟ୍ରିଟରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ଜରୁରୀକାଳୀନ ଟିମ୍ ଘଟଣାର ତଦନ୍ତ କରୁଥିବାରୁ ଲୋକଙ୍କୁ ବର୍ତ୍ତମାନ ପାଇଁ ଏହି ଅଞ୍ଚଳକୁ ନ ଯିବାକୁ ପୁଲିସ ଅନୁରୋଧ କରିଛି। ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଥିବା ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories