www.samajalive.in
Sunday, December 14, 2025
23.1 C
Bhubaneswar

ସିଡନୀ ଟେଷ୍ଟ ପରେ ଅବସର ନେବେ ରୋହିତ ଶର୍ମା!

ଡେସ୍କ: ଭାରତୀୟ ଟେଷ୍ଟ ଅଧିନାୟକ ରୋହିତ ଶର୍ମାଙ୍କ ସହ ଜଡ଼ିତ ବଡ଼ ଖବର ସାମ୍ନାକୁ ଆସିଛି। ସିଡନୀ ଟେଷ୍ଟ ପରେ ରୋହିତ ଶର୍ମା ଅବସର ଘୋଷଣା କରିବେ। ସୂଚନା ଅନୁଯାୟୀ, ରୋହିତ ଶର୍ମା ସିଡନୀ ଟେଷ୍ଟରେ ଶେଷ ଥର ପାଇଁ ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ। ତେବେ ଏ ନେଇ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସୂଚନା ମିଳିନଥିବା ବେଳେ ଯଦି ଖବରକୁ ବିଶ୍ୱାସ କରାଯାଏ ତେବେ ରୋହିତ ଶର୍ମା ସିଡନୀ ଟେଷ୍ଟ ପରେ ବିଦାୟ ନେବାକୁ ଯାଉଛନ୍ତି।

ଟି-୨୦ ବିଶ୍ୱକପ୍ ଜିତିବା ପରେ ରୋହିତ ଶର୍ମା ଏହି ଫର୍ମାଟକୁ ବିଦାୟ ଦେଇଛନ୍ତି। ଚାମ୍ପିଅନ୍ସ ଟ୍ରଫି ପରେ ରୋହିତ ଶର୍ମା ତାଙ୍କ ଦିନିକିଆ କ୍ୟାରିୟରକୁ ନେଇ ବଡ଼ ନିଷ୍ପତ୍ତି ନେବେ ବୋଲି କୁହାଯାଉଛି।

- Advertisement -

ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ରୋହିତ ଶର୍ମା କ୍ରମାଗତ ଭାବେ ଖରାପ ଫର୍ମ ସହ ସଂଘର୍ଷ କରୁଛନ୍ତି। ଏହି ଶୃଙ୍ଖଳାରେ ରୋହିତ ଶର୍ମା ଏପର୍ଯ୍ୟନ୍ତ ୬.୨୦ ହାରରେ ମାତ୍ର ୩୧ ରନ୍ କରିଛନ୍ତି। ତେବେ ମେଲବର୍ଣ୍ଣ ଟେଷ୍ଟରେ ଭାରତୀୟ ଦଳର ପରାଜୟ ପରେ ରୋହିତ ଶର୍ମାଙ୍କ ବ୍ୟାଟିଂ ବ୍ୟତୀତ ଅଧିନାୟକତ୍ୱକୁ ନେଇ ମଧ୍ୟ ଲଗାତାର ପ୍ରଶ୍ନ ଉଠୁଛି। ମେଲବର୍ଣ୍ଣ ଟେଷ୍ଟ ପରେ ରୋହିତ ଶର୍ମା ନିଜ କ୍ୟାରିୟରକୁ ନେଇ ବଡ ଘୋଷଣା କରିପାରନ୍ତି ବୋଲି ବିଶ୍ୱାସ କରାଯାଉଥିଲା, କିନ୍ତୁ ସେ ତାଙ୍କ ଅବସରକୁ ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ଖଣ୍ଡନ କରିଥିଲେ। ତେବେ ଏବେ ପୁଣି ଥରେ ଭାରତୀୟ ଅଧିନାୟକଙ୍କ ଅବସର ଖବର ନେଇ ଆଲୋଚନା ଆରମ୍ଭ ହୋଇଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories