www.samajalive.in
Monday, December 15, 2025
14.1 C
Bhubaneswar

ଗନ୍ଧମାର୍ଦ୍ଦନ ସୁରକ୍ଷା ଦାବିରେ ପ୍ରତିବାଦ ସମାବେଶ

କଣ୍ଟାବାଞ୍ଜି: ଗନ୍ଧମାର୍ଦ୍ଦନର ସ୍ଥାୟୀ ସୁରକ୍ଷା ଦାବିରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ତହସିଲ ସମ୍ମୁଖରେ ଜିନ୍ଦାବାଦ ସଂଗଠନ ତରଫରୁ ପ୍ରତିବାଦ ଶୋଭାଯାତ୍ରା ଓ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ସଂଗଠନର ତୁରେକେଲା ବ୍ଲକ ସଭାପତି ଗଙ୍ଗାଧର ମାଝୀଙ୍କ ନେତୃତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଶତାଧିକ ମହିଳା ସାମିଲ ହୋଇଥିଲେ। ପ୍ରତିବାଦ ସଭାରେ ସଙ୍ଘଠନର ପ୍ରତିଷ୍ଠାତା ଆଇନଜୀବୀ ତ୍ରିଲୋଚନ ପୁଞ୍ଜି ସଭା ପରିଚାଳନା କରିଥିବା ବେଳେ ସମାବେଶର ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ହସଦେଓ ବଞ୍ଚାଅ ଆନ୍ଦୋଳନ ଛତିଶଗଡ଼ ନେତା ଆଲୋକ ଶୁକ୍ଲା ପରିବେଶ ସୁରକ୍ଷା ସହିତ ଜଳବାୟୁ ପରିବର୍ତ୍ତନ ଦିଗରେ ହସଦେଓ ଜଙ୍ଗଲ ଓ ଗନ୍ଧମାର୍ଦ୍ଦନ ପାହାଡ଼ର ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ। ଆଦାନୀ ହଟାଅ ଅଭିଯାନ ଜୋରଦାର କରିବାକୁ ଉପସ୍ଥିତ ସଂଗ୍ରାମୀଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଜଙ୍ଗଲ ଆଧିକାର ଆଇନ ୨୦୦୬ ଓ ନିୟମାବଳୀ ୨୦୧୨ର ଠିକ କାର୍ଯ୍ୟକାରିତା ପାଇଁ ଦାବି କରିଥିଲେ। ବରିଷ୍ଠ ଆଇନଜୀବୀ ବିଷ୍ଣୁପ୍ରସାଦ ଶର୍ମା, ଗାନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ହରିଶଙ୍କର ଶାଖାର ଆବାହକ ଜୟ ସିଂ ପୂଜାରୀ, ସାମାଜିକ କର୍ମୀ ସୁରଥ ବେହେରା, ଜିନ୍ଦାବାଦ ସଂଗଠନ ସଭାପତି ଲୋଚନ ବରିହା, ବ୍ୟବସାୟୀ ସଙ୍ଘ ସଭାପତି ଶେଖ ଆମଜାଦ, ସମ୍ପାଦକ ଗୋପାଳ ଜୈନ, ସାମାଜିକ କର୍ମୀ ଦୋଳମଣି ବଂଚୋର, ଶୁକ୍ଳ ଶବର, କ୍ଷୀରସିନ୍ଧୁ ମାଝୀ, ମୁରିବାହାଲ ବ୍ଲକ ସଭାପତି ସଦାନନ୍ଦ ଧରୁଆ, ଖପ୍ରାଖୋଲ ବ୍ଲକ ସଭାପତି ଦେବରାଜ ବୁଡ଼େକ, ଦୁର୍ଯେ୍ୟାଧନ ମାଝୀ, କେଶବ ଧରୁଆ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଖପ୍ରାଖୋଲ, ତୁରେକେଲା, ବେଲପଡା, ମୁରିବାହାଲ, ବଙ୍ଗୋମୁଣ୍ଡା ବ୍ଲକର ଆଦିବାସୀ ଓ ପାରମ୍ପରିକ ବନବାସୀ ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସମାବେଶରେ  ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୩୪ ଦଫା ସମ୍ବଳିତ ପତ୍ର ତହସିଲଦାର ଅଞ୍ଜଳି ମାଝୀଙ୍କ ଜରିଆରେ ପ୍ରଦାନ କରିଥିଲେ। ପରିଶେଷରେ ଲୋଚନ ବରିଆ ଧନ୍ୟବାଦ ଅର୍ପଣ କରିବା ପରେ ପ୍ରତିବାଦ ସମାବେଶ ସମାପ୍ତ ହୋଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories