www.samajalive.in
Sunday, December 14, 2025
23.1 C
Bhubaneswar

ସ୍ୱାଧୀନ ଭାରତରେ ନାରୀଙ୍କ ସମ୍ମାନ ଦେବା ନିହାତି ଆବଶ୍ୟକ

ଅନେକ ମହାପୁରୁଷଙ୍କ ମତରେ ନାରୀର ଉନ୍ନତି ଓ ଅବୋନ୍ନତି ଉପରେ ଦେଶର ଉନ୍ନତି ନିର୍ଭର କରେ। ନାରୀ ପ୍ରସନ୍ନ ହେଲେ ସମ୍ପୂର୍ଣ୍ଣ କୁଳ ଆନନ୍ଦମୟ ହୋଇଥାଏ। ବୈଦିକ ଯୁଗରେ ନାରୀକୁ ଆଦିଶକ୍ତିର ଆଖ୍ୟା ଦିଆଯାଇଛି। ହେଲେ ଆଜିର ସମାଜରେ କେହି କ’ଣ ଏଥିପ୍ରତି ସଚେତନ। ସତରେ କ’ଣ ନାରୀକୁ ଯଥୋଚିତ ସ୍ଥାନ ଓ ସମ୍ମାନ ମିଳୁଛି। ସରଳ, ସହଜ, ସମର୍ପଣ, ତ୍ୟାଗ ଓ ସେବାର ପ୍ରତିମୂର୍ତ୍ତି ନାରୀ ଆଜିର ଏହି ଏକବିଂଶ ଶତାବ୍ଦୀରେ ମଧ୍ୟ ଜର୍ଜରିତ, ନିଷ୍ପେସିତ ଓ ଉତ୍ପୀଡିତ।

ଯେଉଁ ଦେଶର ସ୍ୱାଧୀନତା ସଂଗ୍ରାମରେ ରାଣୀ ଲକ୍ଷ୍ମୀବାଈ, ରଜିଆ ସୁଲତାନା, ବେଗମ୍‍ ହଜରତ ମହ, ଅବନ୍ତୀବାଈଙ୍କ ଭଳି ନାରୀମାନେ ନିଜ ବୀରତ୍ୱର ପରିଚୟ ଦେଇଛନ୍ତି ସେହି ଦେଶରେ ସ୍ୱାଧୀନତାର ୭୧ ବର୍ଷ ପରେ ମଧ୍ୟ ନାରୀ ଆଜି ପରାଧୀନ ଓ ଅସୁରକ୍ଷିତ। ସମାଜ ଦୃଷ୍ଟିରେ ସେ ଦୁର୍ବଳା ଓ ହୀନ। ଆଜି ବି ସମାଜରେ ତିଷ୍ଠି ରହିଛି ଅସୁରତ୍ୱ। ସମାଜର ଏକ ପ୍ରକାର ଲୋଲୁପ ଦୃଷ୍ଟି ରହିଛି ନାରୀ ଜାତି ଉପରେ। ବର୍ତ୍ତମାନ ସରକାରଙ୍କ ଦ୍ୱାରା ନାରୀ ସୁରକ୍ଷା ପାଇଁ ଯେତେ ଅଧିକ ପଦକ୍ଷେପ ନିଆଯାଉଛି ନାରୀ ଦିନକୁ ଦିନ ସେତେ ଅସୁରକ୍ଷିତ ହୋଇ ଚାଲିଛି। ତେଣୁ ସବୁକିଛି ନିର୍ଭରଶୀଳ ସମାଜର ଲୋକମାନଙ୍କ ଚିନ୍ତାଧାରା ଉପରେ। ନାରୀ ପ୍ରତି ଯେଉଁ ଚିନ୍ତାଧାରା ରହିଛି ତାକୁ ପରିବର୍ତ୍ତନ କରିବା ଆବଶ୍ୟକ। ଏକ ସମ୍ମାନଜନକ ଦୃଷ୍ଟିରେ ନାରୀକୁ ଦେଖିବା ଆବଶ୍ୟକ। ଯେଉଁଦିନ ଦେଶରେ ନାରୀ ନିଜକୁ ସମ୍ପୂର୍ଣ୍ଣ ସୁରକ୍ଷିତ ମନେ କରିବ ସେହିଦିନ ପ୍ରକୃତରେ ସ୍ୱାଧୀନ ଭାରତର ଲକ୍ଷ୍ୟ ହାସଲ ହେଲା ବୋଲି ଜଣାପଡିବ ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories