www.samajalive.in
Monday, December 8, 2025
14.1 C
Bhubaneswar

ଲୁଇସ୍‌ଙ୍କ ପ୍ରହାର; ଇଣ୍ଡିଜ୍ ଟ୍ବେଣ୍ଟି୨୦ ସିରିଜ୍ ଜିତିଲା

ଢାକା : ଓପ୍‌ନର ଏଭିନ୍ ଲୁଇସ୍‌ଙ୍କ ବିସ୍ଫୋରକ ଇନିଂସ ଓ କିମୋ ପଲ୍‌ଙ୍କ ୫ ୱିକେଟ ଦଖଲ ବଳରେ ଘରୋଇ ବାଂଲାଦେଶ ବିପକ୍ଷରେ ଟ୍ବେଣ୍ଟି୨୦ ସିରିଜ୍ ଜିତିପାରିଛି ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ଦଳ। ଶନିବାର ୩ୟ ତଥା ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ବାଂଲାଦେଶକୁ ୫୦ ରନ୍‌ରେ ପରାସ୍ତକରି ୱେଷ୍ଟଇଣ୍ଡିଜ୍ ୨-୧ରେ ଏହି ସିରିଜ୍‌କୁ ଜିତିନେଇଛି। ଲୁଇସ୍ ମାତ୍ର ୩୬ ବଲ୍‌ରୁ ୮୯ ରନ୍ କରିବାରୁ ପ୍ରଥମେ ବ୍ୟାଟିଂକରି ୱେଷ୍ଟଇଣ୍ଡିଜ୍ ୧୯.୨ ଓଭରରେ ୧୯୦ ରନ୍‌କରି ଅଲ୍‌ଆଉଟ ହୋଇ ଯାଇଥିଲା। ଆରମ୍ଭରୁ ବାଂଲାଦେଶ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ହେଁ କିମୋ ପଲ୍ ୫ଟି ୱିକେଟ ନେବାରୁ ଏହା ୧୭ ଓଭରରେ ୧୪୦ ରନ୍‌କରି ଅଲ୍ଆଉଟ ହୋଇ ଯାଇଥିଲା। ଘରୋଇ ବାଂଲାଦେଶ ଟେଷ୍ଟ ଓ ଦିନିକିଆ ସିରିଜ୍ ଜିତିଥିବା ବେଳେ ଟ୍ବେଣ୍ଟି୨୦ ସିରିଜ୍ ଜିତି ଏହି ଗସ୍ତ ଶେଷକରିଛି ୱେଷ୍ଟଇଣ୍ଡିଜ୍।
ଟସ୍ ଜିତି ବାଂଲାଦେଶ ଫିଲ୍‌ଡିଂର ନିଷ୍ପତ୍ତି ନେବା ପରେ ୱେଷ୍ଟଇଣ୍ଡିଜ୍‌ର ଓପ୍‌ନିଂ ଯୋଡ଼ି ବିସ୍ଫୋରକ ବ୍ୟାଟିଂ କରିଥିଲେ। ପ୍ରଥମ ୱିକେଟ ପାଇଁ ସାଇ ହୋପ୍ ଓ ଏଭିନ୍ ଲୁଇସ୍ ମାତ୍ର ୨୯ ବଲ୍‌ରୁ ୭୬ ରନ୍‌ର ଭାଗିଦାରୀ କରିଥିଲେ। ହୋପ୍ ୧୨ ବଲ୍‌ରୁ ଗୋଟିଏ ଛକା ଓ ଚୌକା ସହ ୨୩ ରନ୍‌କରି ଆଉଟ ହୋଇଥିଲେ। ବ୍ୟାଟିଂକ୍ରମରେ ପଦୋନ୍ନତି ପାଇଥିବା କିମୋ ପଲ୍ ୨ ରନ୍‌ରେ ବିଦାୟ ନେଇଥିଲେ। ୧୦ମ ଓଭରରେ ଆଉଟ ହୋଇଥିବା ଏଭିନ୍ ଲୁଇସ୍ ୩୬ ବଲ୍‌ରୁ ୮ଟି ଛକା ଓ ୬ଟି ଚୌକା ସହ ୮୯ ରନ୍ କରିଥିଲେ। ରୋଭ୍‌ମ୍ୟାନ ପୱେଲ ୧୯ ଓ ନିକୋଲାସ୍ ପୂରନ୍ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୯ ରନ୍ କରିଥିଲେ। ୩୧ ରନ୍‌ରେ ଶେଷ ୬ଟି ୱିକେଟ ହରାଇ ୱେଷ୍ଟଇଣ୍ଡିଜ୍ ୧୯୦ ରନ୍‌ରେ ଅଲ୍‌ଆଉଟ ହୋଇ ଯାଇଥିଲା। ଅଧିନାୟକ ସାକିବ୍ ଅଲ୍ ହାସନ୍, ମୁସ୍ତାଫିଜୁର ରେହ୍‌ମାନ ଓ ମହମ୍ମଦୁଲ୍ଲା ୩ଟି ଲେଖାଏଁ ୱିକେଟ ନେଇଥିଲେ।
୧୯୧ ରନ୍ ଲକ୍ଷ୍ୟରେ ବାଂଲାଦେଶ ଓପ୍‌ନିଂ ଯୋଡ଼ିରେ ୨୨ ରନ୍ କରିବା ପରେ ତମିମ୍ ଇକ୍‌ବାଲ ୮ ରନ୍‌କରି ବିଦାୟ ନେଇଥିଲେ। ପରେ ଲିଟନ୍ ଦାସ ଓ ସୌମ୍ୟ ସରକାର ସ୍କୋର୍‌କୁ ୫ମ ଓଭରରେ ୬୫ ରନ୍‌ରେ ପହଞ୍ଚାଇଥିଲେ। ତେବେ ୨୫ ବଲ୍‌ରୁ ୬୫ ରନ କରିଥିବା ବାଂଲାଦେଶ ପରିବର୍ତ୍ତୀ ୪୪ ବଲ୍‌ରୁ ୩୧ ରନ୍ ଯୋଡ଼ି ୭ଟି ୱିକେଟ ହରାଇବାରୁ ଏହାର ପରାଜୟ ନିଶ୍ଚିତ ହୋଇଥିଲା। ସୌମ୍ୟ ୯ ରନ୍ କରିଥିଲେ। କ୍ରମାଗତ ୨ୟ ମ୍ୟାଚ୍‌ରେ ଭଲ ବ୍ୟାଟିଂ କରିଥବା ଲିଟନ୍ ଦାସ ୨୫ ବଲ୍‌ରୁ ୩ଟି ଲେଖାଏଁ ଛକା ଓ ଚୌକା ସହ ୪୩ ରନ୍ କରିଥିଲେ। ସାକିବ୍ ଅଲ୍ ହାସନ୍ ୦, ମୁସ୍‌ଫିକୁର ରହିମ୍ ୧, ମହମ୍ମଦୁଲ୍ଲା ୧୧ ଓ ଆରିଫୁଲ୍ଲ ହକ୍ ବିନା ସ୍କୋରରେ ଆଉଟ ହୋଇଥିଲେ। ମେହ୍‌ଦି ହାସନ୍ ମିରାଜ୍ ଓ ଆବୁ ହାଇଦର ୯ମ ୱିକେଟ ପାଇଁ ୩୩ ରନ୍ ଯୋଡ଼ିଥିଲେ ହେଁ ଏହା ଯଥେଷ୍ଟ ନଥିଲା। ମିରାଜ୍ ୧୯ ରନ୍ କରିଥିବା ବେଳେ ହାଇଦର ୨୨ ରନ୍‌କରି ଅପରାଜିତ ଥିଲେ। କିମୋ ପଲ୍ ୧୫ ରନ୍‌ଦେଇ ୫ଟି ଏବଂ ଫାବିଏନ୍ ଆଲେନ୍ ୨ଟି ୱିକେଟ ନେଇଥିଲେ। ଏଭିନ୍ ଲୁଇସ୍ ପ୍ଲେୟର ଅଫ୍ ଦି ମ୍ୟାଚ୍ ଏବଂ ସାକିବ୍ ଅଲ୍ ହାସନ୍ ପ୍ଲେୟର ଅଫ୍ ଦି ସିରିଜ୍ ହୋଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories