ଅସମ୍ଭାଳ ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ସାରା ଓଡ଼ିଶା, ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର
ଝାରସୁଗୁଡ଼ା ତାପମାତ୍ରା ୪୭ ଡିଗ୍ରୀ ରେକର୍ଡ, ୪୫ ଡିଗ୍ରୀ ଉପରେ ରାଜ୍ୟର ୯ ସହର
ଭୁବନେଶ୍ବର: ଅସମ୍ଭାଳ ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ସାରା ଓଡ଼ିଶା। ଆଜି ରାଜ୍ୟରେ ତାତି ୪୭ ଡିଗ୍ରୀ ଛୁଇଁଛି। ରାଜ୍ୟରେ ଚଳିତ ବର୍ଷର ତାପମାତ୍ରା ରେକର୍ଡ କରିଛି। ଆଜି ପୂରା ପଶ୍ଚିମ ଓଡ଼ିଶା ପ୍ରବଳ ଖରାରେ ଜଳିଛି। ଆଜି ଝାରସୁଗୁଡ଼ା ତାପମାତ୍ରା ୪୭ ଡିଗ୍ରୀ ରେକର୍ଡ କରାଯାଇଛି ଏବଂ ଏହା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଏଥିସହିତ ଝାରସୁଗୁଡ଼ାରେ ମେ’ ମାସର ସର୍ବକାଳୀନ ରେକର୍ଡ ଭାଙ୍ଗିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ୨୬ ବର୍ଷ ପୂର୍ବରୁ ୧୯୯୮ ମେ’ ୨୮ ତାରିଖରେ ଝାରସୁଗୁଡ଼ାରେ ୪୮ଡ଼ିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିଲା। ତେବେ ଆଜିର ତାପମାତ୍ରା ଝାରସୁଗୁଡା ଇତିହାସରେ ୬ଷ୍ଠ ଥର ପାଇଁ ଯୁଗ୍ମ ସର୍ବାଧିକ ତାପମାତ୍ରା ବୋଲି କୁହାଯାଇଛି।
ସେହିପରି ୪୫ ଡିଗ୍ରୀ ଉପରେ ରାଜ୍ୟର ୯ ସହର ରହିଛି। ଟିଟିଲାଗଡ଼ ୪୬.୫, ବରଗଡ଼ ୪୬.୩, ସମ୍ବଲପୁର ୪୬.୨, ମାଲକାନଗିରି ଓ ସୋନପୁର ୪୫.୫ , ଭବାନୀପାଟଣା ୪୫.୫, ବଲାଙ୍ଗିର ୪୫.୩, ହୀରାକୁଦ ୪୫.୨ ଡିଗ୍ରୀ ରେକର୍ଡ କରାଯାଇଛି।
Comments are closed.