ଅସହ୍ୟ ଗରମ ଓ ଗୁଳୁଗୁଳି : ୧୭ଟି ଜିଲ୍ଲା ପାଇଁ ସତର୍କ ସୂଚନା

0

ଭୁବନେଶ୍ବର : ସରା ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳି ସାଧାରଣ ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ପାଣିପାଗରେ ଏହି ଅସ୍ବଭାବିକ ପରିବର୍ତ୍ତନ ଲୋକଙ୍କୁ ଅତିଷ୍ଠ କରିଛି। ମଙ୍ଗଳବାର ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା ୪୪.୪ ଡିଗ୍ରୀ ସେଲସିୟସ୍ ଝାରସୁଗୁଡାଠାରେ ରେକର୍ଡ କରାଯାଇଥିଲା।
ବୁଧବାର ରାଜ୍ୟର ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ କାଳ ବୈଶାଖୀ ବର୍ଷାର ସମ୍ଭାବନା ରହିଛି।
କୋରାପୁଟ, ମାଲକାନଗିରି, ରାୟଗଡା, କନ୍ଧମାଳ, ଗଜପତି, ନୟାଗଡ, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଅନୁଗୋଳ, ଢ଼େଙ୍କାନାଳ, ବାଲେଶ୍ବର, ମୟୂରଭଞ୍ଜ ଏବଂ କେନ୍ଦୁଝର ଆଦି ୧୭ଟି ଜିଲ୍ଲାରେ ଘଡ଼ଘଡ଼ି ସାଙ୍ଗକୁ ବର୍ଷାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ଅନୁମାନ କରାଯାଇଛି।
ମତ୍ସ୍ୟଜୀବୀମାନେ ସତର୍କତାର ସହିତ ସମୁଦ୍ର ଭିତରକୁ ଯିବାକୁ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

Leave A Reply