www.samajalive.in
Sunday, December 7, 2025
14.1 C
Bhubaneswar

ରାଜନୀତି କରିବେ ସିବିଆଇର ପୂର୍ବ ଯୁଗ୍ମ ନିର୍ଦେଶକ

ତିରୁପତିି : ଚଳିତ ବର୍ଷ ମାର୍ଚ୍ଚରେ ମୁମ୍ବଇର ଅତିରିକ୍ତ ପୁଲିସ କମିସନର ପଦରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ପୂର୍ବତନ ସିବିଆଇ ଯୁଗ୍ମ ନିର୍ଦେଶକ ଭିଭି ଲକ୍ଷ୍ମୀନାରାୟଣ ରାଜନୀତି କରିବେ। ଆନ୍ଧ୍ରପ୍ରଦେଶରୁ ହିଁ ସେ ରାଜନୈତିକ ଜୀବନ ଆରମ୍ଭ କରିବେ। ଲକ୍ଷ୍ମୀନାରାୟଣ ନିଜେ ଦଳ ପ୍ରତିଷ୍ଠା କରିବେ କିମ୍ବା କୌଣସି ପସନ୍ଦର ଦଳରେ ସାମିଲ ହେବେ ତାହା ଶୀଘ୍ର ଘୋଷଣା କରିବେ; ତେବେ ମୁଖ୍ୟମନ୍ତ୍ରୀ ଏନ୍‍. ଚନ୍ଦ୍ରବାବୁ ନାଇଡୁଙ୍କ ପ୍ରତି ତାଙ୍କର ଦୁର୍ବଳତା ରହିଥିବା ସୂଚନା ଦେଇଛନ୍ତି। ଲକ୍ଷ୍ମୀନାରାୟଣ ବହୁ ଚର୍ଚ୍ଚିତ ‘ସତ୍ୟମ୍‍’ ଦୁର୍ନୀତିର ତଦନ୍ତ ଦାୟିତ୍ୱରେ ରହି ସ୍ୱତନ୍ତ୍ର ପରିଚୟ ଲାଭ କରିଥିଲେ। କୃଷକ ଓ ଶ୍ରମିକଙ୍କ ସ୍ୱାର୍ଥରକ୍ଷା ପାଇଁ ରାଜନୀତି କରିବେ ବୋଲି କହିଛନ୍ତି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories