ଫୋନ୍‌ ନମ୍ବର ନ ଦେବାରୁ ନାବାଳିକାକୁୂ ପୋଡ଼ିଦେଲା

0

ବାରାଣସୀ : ମୋବାଇଲ ଫୋନ୍‌ ନମ୍ବର ନ ଦେବାରୁ ଜଣେ ଦଳିତ ନାବାଳିକା ଶରୀରରେ ନିଆଁ ଲଗାଇ ଦିଆଯାଇଛି। ଆଜାମଗଡ଼ ଜିଲା ଅନ୍ତର୍ଗତ ଫରିଆ ଗାଁରେ ଏଭଳି କାଣ୍ଡ ଭିଆଇଛି ନାବାଳିକାର ପଡିÿଶା ଘର ଯୁବକ ମହମ୍ମଦ ସାହି। ନାବାଳିକାର ଶରୀର ପ୍ରାୟ ୮୦ପ୍ରତିଶତ ପୋଡ଼ିଯାଇଥିବା ପୁଲିସ କହିଛି। ଝିଅ ଘରେ କେହି ନ ଥିବାବେଳେ ମହମ୍ମଦ ତାଙ୍କ ଘରକୁ ଆସି ଫୋନ୍‌ ନମ୍ବର ମାଗିଥିଲା। ସେ ଦେବାକୁ ମନା କରିବାରୁ ଉତ୍ତ୍ୟକ୍ତ ହୋଇ ପ୍ରଥମେ ତାକୁ ପିଟିଥିଲା ଓ ପରେ କିରାସିନି ଢ଼ାଳି ନିଆଁ ଲଗାଇ ଦେଇଥିଲା। ଝିଅଟି ଚିତ୍କାର କରିବାରେ ପଡ଼ିଶା ଘର ଲୋକେ ଦୌଡ଼ି ଆସିଥିଲେ ଓ ମହମ୍ମଦ ଖସି ପଳାଉଥିବାବେଳେ ତାକୁ କାବୁ କରିନେଇଥିଲେ। ପୁଲିସ ମହମ୍ମଦକୁ ଗିରଫ କରିବା ସହ ଗାଁରେ ଯେମିତି ଏହାକୁ ନେଇ ସାମ୍ପ୍ରଦାୟିକ ବିଦ୍ୱେଶ ସୃଷ୍ଟି ନ ହୁଏ ସେଥିପ୍ରତି ଧ୍ୟାନ ରଖିଛି।

Leave A Reply